ଆଜି ରାଜ୍ୟ ରେ ସୁସ୍ଥ ହେଲେ ୬୪୩ କରୋନା ଆକ୍ରାନ୍ତ

Share this:

ରାଜ୍ୟରେ ଆଜି  ଆଉ ୬୪୩ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୪ ହଜାର ୩୯୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୪୦୭ ଜଣ  ଖୋର୍ଦ୍ଧା ରୁ ୪୪ ଜଣ, ବାଲେଶ୍ଵର ୩୧ଜଣ,  ମୟୁରଭଞ୍ଜ ଜିଲ୍ଲାରୁ ୨୮ ଜଣ, କଟକ ରୁ ୨୭ ଜଣ,ଜଗତସିଂପୁର ରୁ ୧୫ ଜଣ, ବରଗଡ଼ ଓ କନ୍ଧମାଳ ଜିଲାରୁ ରୁ ୧୪  ଜଣ ଲେଖାଏଁ  ସୁସ୍ଥ ହୋଇଛନ୍ତି। ସେହିପରି କେଉଁଝର ଓ ଢେଙ୍କାନାଳ ରୁ ୧୧ ଜଣ ଲେଖାଏଁ , ଭଦ୍ରକ ରୁ ୮ ଜଣ,ଗଜପତି ରୁ ୬ ଜଣ, ଝାରସୁଗୁଡା ଓ ବଲାଙ୍ଗୀର ରୁ ୫ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ ରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ କୋରାପୁଟ ରୁ ୩ଜଣ ଲେଖାଏଁ, ଓ ସମ୍ବଲପୁର ରୁ ୨ଜଣ ଏବଂ ଅନଗୁଳ ରୁ ଜଣେ ସୁସ୍ଥ ହୋଇଛନ୍ତି।

Share this: