Covid19 India Updates: ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୮୯ ପ୍ରତିଶତରୁ ଅଧିକ

Share this:

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ (Covid-19)  ଆରୋଗ୍ୟ ହାର ଶତକଡ଼ା ୮୯ ଭାଗକୁ ଅତିକ୍ରମକରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯ ହଜାରରୁ ଅଧିକ ଲୋକ ଆରୋଗ୍ୟଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟଅନୁସାରେ, ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୬୮ଲକ୍ଷ ୭୪ ହଜାରକୁ ଟପିଯାଇଛି। ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ଶତକଡ଼ା ୯.୦୨୨ ଭାଗ ରହିଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୭ଲକ୍ଷ ୧୫ ହଜାର ରହିଛି।

 ଗତ ୨୪ ଘଣ୍ଟା ଭିତରେ ୫୫ ହଜାର ୮୩୮ ଜଣ ନୂଆଲୋକ ସଂକ୍ରମିତ ହେବାରୁ ମୋଟ୍‍ ସଂକ୍ରମଣ ୭୭ଲକ୍ଷରୁ ଅଧିକ ହୋଇଛି। ମନ୍ତ୍ରଣାଳୟ କହିଛି, ଭାରତରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବିଶ୍ୱରେ ସବୁଠୁ କମ୍‍ ରହିଛି। ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଭାରତରେ କୋଭିଡ୍‍ ମୃତ୍ୟୁହାର ଶତକଡ଼ା ୧.୫ ଭାଗ ରହିଛି, ଯାହା ବିଶ୍ୱରେ ସର୍ବନିମ୍ନ।

ସେହିପରି ଗତ ୨୪ଘଣ୍ଟା ଭିତରେ ୭୦୨ ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ଼ ମୃତ୍ୟୁସଂଖ୍ୟା ୧ଲକ୍ଷ ୧୬ ହଜାର ୬୧୬ରେ ପହଁଚିଛି। ଆଇସିଏମ୍‍ଆର୍‍ (ICMR) ର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୧୪ଲକ୍ଷ ୬୯ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ୯ କୋଟି ୮୬ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Also Read | Durga Puja : ପଶ୍ଚିମବଙ୍ଗରେ ଦୁର୍ଗାପୂଜା ମଣ୍ଡପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Share this: