USA Election: କରୋନା ନିୟନ୍ତ୍ରଣକୁ ନେଇ ଓବାମା ସମାଲୋଚନା କଲେ ଟ୍ରମ୍ପଙ୍କୁ

Share this:

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (Barack Obama) କୋଭିଡ-୧୯ ନିୟନ୍ତ୍ରଣ ନିତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (President Donald Trump) ଙ୍କୁ ସମାଲୋଚନା କରିଛନ୍ତି ଏବଂ ଚାଇନାରେ ତାଙ୍କର ବ୍ୟବସାୟ କାରବାର ପାଇଁ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି।

ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ (Democratic presidential nominee Joe Biden) ଙ୍କ ପାଇଁ ତାଙ୍କର ପ୍ରଥମ ଅଭିଯାନରେ ଓବାମା ଆମେରିକୀୟମାନଙ୍କୁ ବିଡେନ ଏବଂ କମଲା ହାରିସଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରି କହିଛନ୍ତି ଯେ ସେମାନେ ଚରିତ୍ର (character) ଏବଂ ନେତୃତ୍ୱ (leadership) କୁ ସରକାରକୁ ଫେରାଇ ଆଣିବେ।

ନଭେମ୍ବର ୩ର ନିର୍ବାଚନ ପୂର୍ବରୁ ଓବାମା ଗଣତାନ୍ତ୍ରିକ ପ୍ରାର୍ଥୀଙ୍କ ପାଇଁ ଅନେକ ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଆମେରିକାର ନିର୍ବାଚନ ପ୍ରକଳ୍ପ ଅନୁଯାୟୀ ଅତିକମରେ ୩୫ ଲକ୍ଷ ଲୋକ ମତଦାନ କରିସାରିଛନ୍ତି ଯାହାକି ମୋଟ ୨୦୧୬ ଭୋଟର ଏକ ଚତୁର୍ଥାଂଶରୁ ଅଧିକ।

Also Read| TIME Magazine:ଦୁନିଆର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପିଏମ ମୋଦୀ,କିନ୍ତୁ ସମ୍ପାଦକଙ୍କ ମୋଦୀଙ୍କୁ ସମାଲୋଚନା

Share this: