ପ୍ରଧାନମନ୍ତ୍ରୀ ଙ୍କ ‘ମନ କି ବାତ୍’ ରେ ଅରୁଣାଚଳ ପ୍ରଦେଶର ଏକ ଗାଁ …

Share this:

ପ୍ରଧାନମନ୍ତ୍ରୀ ଶ୍ରୀ ନେରନ୍ଦ୍ର ମୋଦୀ ଦେଶବାସୀ ଙ୍କୁ ମନ କି ବାତ୍  ରେ ଏକ ପ୍ରେରଣାଦାୟୀ କଥା କହିଛନ୍ତି।  ପ୍ରଧାନମନ୍ତ୍ରୀ କହିଲେ  ଯେ ,ମୋର ପ୍ରିୟ ଦେଶବାସୀଗଣ ପ୍ରତି ମାସରେ ଆମେ ଏଭଳି ଖବର ପଢ଼ୁଛୁଁ ଆଉ ଦେଖୁଛୁଁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି। ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର।

ପ୍ରଧାନମନ୍ତ୍ରୀ କହିଲେ,ଅରୁଣାଚଳ ପ୍ରଦେଶର ଗୋଟିଏ ଏଇଭଳି ପ୍ରେରଣାଦାୟୀ କଥା ଯାହା  ତାଙ୍କୁ  ଗଣମାଧ୍ୟମରୁ ପଢ଼ିବାର ସୁଯୋଗ ମିଳିଲା । ଏଠାକାର, ସିୟାଙ୍ଗ ଜିଲ୍ଲା ମିରେମ୍ ଗାଁ ଏଭଳି ଏକ ଅନନ୍ୟ କାମ କରି ଦେଖାଇଲା ଯାହାକି ସାରା ଭାରତବର୍ଷ ପାଇଁ ଏକ ଉଦାହରଣ ପାଲଟିଛି । ଏହି ଗାଁର କେତେକ ଲୋକ ବାହାରେ ରହି ଚାକିରି କରନ୍ତି । ଗ୍ରାମବାସୀମାନେ ଦେଖିଲେ ଯେ କରୋନା ମହାମାରୀ ସମୟରେ ଏହି ପ୍ରବାସୀ ଚାକିରିଆମାନେ ଗାଁକୁ ଫେରୁଛନ୍ତି। ଏମିତିରେ, ଗ୍ରାମବାସୀମାନେ ପ୍ରଥମରୁ ଗାଁ ବାହାରେ କ୍ୱାରେଂଟାଇନର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି କରିଥିଲେ। ତେଣୁ ସେମାନେ ସମସ୍ତେ ମିଳିମିଶି ଗାଁଠୁ କିଛି ଦୂରରେ, ଚଉଦଟି ଛୋଟ ଛୋଟ କୁଡ଼ିଆଘର ତିଆରି କରିଦେଲେ, ଆଉ ସ୍ଥିର କଲେ ଯେ ପ୍ରବାସରେ ଚାକିରି କରୁଥିବା ଗାଁ ଲୋକେ ଯେତେବେଳେ ଫେରିବେ ତା’ହେଲେ ସେମାନଙ୍କୁ ସେହି କୁଡ଼ିଆ ଘରଗୁଡ଼ିକରେ କିଛିଦିନ ପାଇଁ କ୍ୱାରେଂଟାଇନରେ ରହିବାକୁ ହେବ। ସେସବୁ କୁଡ଼ିଆଗୁଡ଼ିକରେ ଶୌଚାଳୟ, ବିଜୁଳି-ପାଣି ସମେତ, ପ୍ରତିଦିନର ଆବଶ୍ୟକତା ମୁତାବକ ସବୁ ସୁବିଧା ଉପଲବ୍ଧ କରାଯାଇଥିଲା । ଏଥିରୁ ପ୍ରମାଣିତ ଯେ, ମିରେମ୍ ଗ୍ରାମବାସୀଙ୍କ ଏହି ସାମୁହିକ ପ୍ରୟାସ ଆଉ ସଚେତନତା ସମସ୍ତଙ୍କର ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରିପାରିଛି ।

Share this: