Covid19 Odisha: ଆଜି ଓଡ଼ିଶାରୁ ପୁଣି ୧୧ ହଜାର ୮୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ବଢୁଛି ଲୋକାଲ ସଂକ୍ରମଣ

Share this:

ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ଦୈନିକ ୧୦ ହଜାର ଅଧିକ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୧୧ ହଜାର ୮୦୭ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୧୯୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧ହଜାର ୯୨୨ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୬୦ଜଣ, ବାଲେଶ୍ଵରରୁ ୨୬୦ଜଣ, ବରଗଡ଼ରୁ ୪୨୮ଜଣ, ଭଦ୍ରକରୁ ୮୩ଜଣ, ବଲାଙ୍ଗୀରିରୁ ୪୩୭ଜଣ, ବୌଦ୍ଧରୁ ୧୭୮ଜଣ, କଟକରୁ ୧୦୫୨ଜଣ, ଦେଓଗଡ଼ରୁ ୧୧୫ଜଣ, ଢେଙ୍କାନାଳରୁ ୧୭୭ଜଣ, ଗଜପତିରୁ ୧୦୫ଜଣ, ଗଞ୍ଜାମରୁ ୩୪୧ଜଣ, ଜଗତସିଂପୁରରୁ ୧୩୪ଜଣ, ଯାଜପୁରରୁ ୩୦୨ଜଣ, ଝାରସୁଗୁଡାରୁ ୪୨୧ଜଣ, କଳାହାଣ୍ଡିରୁ ୪୦୨ଜଣ, କନ୍ଧମାଳରୁ ୯୨ଜଣ, କେଉଁଝରରୁ ୨୩୧ଜଣ, ଖୋର୍ଦ୍ଧାରୁ ୧୫୧୦ଜଣ, କୋରାପୁଟରୁ ୧୨୨ଜଣ, କେନ୍ଦ୍ରାପଡ଼ାରୁ ୧୪୫ଜଣ, ମୟୁରଭଞ୍ଜରୁ ୧୭୫ଜଣ, ମାଲକାନଗିରିରୁ ୭୦ ଜଣ, ନବରଙ୍ଗପୁରରୁ ୪୧୯ଜଣ, ନୟାଗଡ଼ରୁ ୨୦୪ଜଣ, ନୂଆପଡ଼ାରୁ ୨୮୬ଜଣ, ପୁରୀରୁ ୪୫୪ଜଣ, ରାୟଗଡାରୁ ୧୩୮ଜଣ, ସମ୍ବଲପୁରରୁ ୫୩୩ଜଣ, ସୋନପୁରରୁ ୨୧୦ଜଣ, ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୦୧ଜଣ ସଂକ୍ରମିତ ହୋଇଛନ୍ତି।

laptop

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୪ଲକ୍ଷ ୬୯ହଜାର ୮୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୨୪ହଜାର ୨୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୪୦୧ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୩୧ ହଜାର ୬୫୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ୩୩୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Matric Result: ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଜାରି, ନବମ ଓ ଦଶମ ଶ୍ରେଣୀର ମାର୍କକୁ ନେଇ ରେଜଲ୍ଟ

Share this: