Corona positive in odisha: ଆଜି ରାଜ୍ୟରୁ ୨୧୧ କରୋନା ପଜିଟିଭ ଚିହ୍ନଟ

Corona _odisha
Share this:

ଭୁବନେଶ୍ଵର: Today corona positive in odisha district wise last 24 hours ଗତକାଲି ଓଡ଼ିଶାରୁ ୨୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୧୧ଜଣ ଚିହ୍ନଟ ହୋଇଛନ୍ତି (Today corona positive in odisha district wise last 24 hours)। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୨୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ଵରରୁ ୧୨ଜଣ, ବରଗଡ଼ରୁ ୭ଜଣ, ଭଦ୍ରକରୁ ୨ଜଣ, କଟକରୁ ୨୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୨ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୫ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ୪ଜଣ, କଳାହାଣ୍ଡିରୁ ୩ଜଣ, କେନ୍ଦ୍ରାପଡାରୁ ୪ଜଣ, କେଉଁଝରରୁ ୫ଜଣ, ଖୋର୍ଦ୍ଧାରୁ ୩୬ଜଣ, ମୟୂରଭଞ୍ଜରୁ ୯ଜଣ, ନବରଂଗପୁରରୁ ଜଣେ, ନୟାଗଡରୁ ୯ଜଣ, ନୂଆପଡ଼ାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୧ଜଣ, ରାୟଗଡାରୁ ୫ଜଣ, ସମ୍ବଲପୁରରୁ ୧୧ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୯ଜଣ ଚିହ୍ନଟ ହୋଇଛନ୍ତି।

tv

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୫ ଲକ୍ଷ ୧୫ ହଜାର ୯୨୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୩ ହଜାର ୧୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୫ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୨ ହଜାର ୫୦୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୨୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

mahimalive news

Read Also | Amazon ରୁ କିଣିପାରିବେ Smart TV ମାତ୍ର ୭୯୯୯ ଟଙ୍କାରେ

Share this:

Leave a Reply

Your email address will not be published.