Covid Medicine:କୋଭିଡ୍‍ ଔଷଧ କଳାବଜାରୀକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ

Share this:

ଭୁବନେଶ୍ଵର: କୋଭିଡ୍‍ ଔଷଧ (Covid Medicine) ଓ ଚିକିତ୍ସା ଉପକରଣ ବେଆଇନ ଗଚ୍ଛିତ ସହ କଳାବଜାରୀ ବିରୋଧରେ ରାଜ୍ୟ ପୁଲିସ୍‍ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। କୋଭିଡ୍‍ ଔଷଧ କଳାବଜାରୀ ରୋକିବାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମ୍‍ ବ୍ରାଞ୍ଚ୍‍ ଯଶୱନ୍ତ ଜେଠ୍‍ୱା, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏବଂ ଡ୍ରଗ୍‍ କଣ୍ଟ୍ରୋଲର୍‍ଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି।

ସୂଚନାଅନୁସାରେ କଟକ ଏବଂ ଭୁବନେଶ୍ୱରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇଙ୍ଗ୍‍ ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ୧୫ଟି ସ୍କ୍ୱାର୍ଡ଼ କାର୍ଯ୍ୟ କରୁଛି। ଆଜି କଟକ କଲେଜ ଛକ ନିକଟସ୍ଥ ଔଷଧ ପ୍ରସ୍ତୁତ କରୁଥିବା ଏକ ଫାର୍ମ ଓ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲ୍‍ରେ ଚଢ଼ଉ କରାଯାଇଥିବାବେଳେ ସୁବର୍ଣ୍ଣପୁର, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

Also Read | Covid India:ଦୈନିକ ସଂକ୍ରମଣରେ ଆମେରିକାକୁ ଅତିକ୍ରମ କଲା ଭାରତ, ଦେଶରେ ୩ଲକ୍ଷରୁ ଅଧିକ ନୂଆ ମାମଲା

Share this: