Corona Cases in Odisha: ଓଡ଼ିଶାରେ ଆଜି ପୁଣି ବଢିଲା କରୋନା ସଂକ୍ରମଣ, ୩୨୮ ଜଣ ଚିହ୍ନଟ

Share this:

ଭୁବନେଶ୍ଵର: Corona Cases in Odisha State Dashboard in last 24 hours district wise ଓଡ଼ିଶାରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି। ଗତକାଲି ଓଡ଼ିଶାରୁ ୨୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ୩୨୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

mahimalive news

ଆଜି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୪ଜଣ, ବରଗଡ଼ରୁ ୯ଜଣ, ବଲାଙ୍ଗୀରରୁ ୮ଜଣ, ବୌଦରୁ ୫ଜଣ, କଟକରୁ ୩୧ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୩ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ଜଣେ, ଜଗତସିଂପୁରରୁ ୭ଜଣ, ଯାଜପୁରରୁ ୧୦ଜଣ, ଝାରସୁଗୁଡ଼ାରୁ ୩ଜଣ, କଳାହାଣ୍ଡିରୁ ୧୦ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡାରୁ ୩ଜଣ, କେଉଁଝରରୁ ୨ଜଣ, ଖୋର୍ଦ୍ଧାରୁ ୫୪ଜଣ, କୋରାପୁଟରୁ ୩ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୪ଜଣ, ନବରଙ୍ଗପୁରରୁ ୧୩ଜଣ, ନୟାଗଡରୁ ୪୯ଜଣ, ନୂଆପଡ଼ାରୁ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୯ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୮ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡରୁ ୬୧ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୨ ଲକ୍ଷ ୭୩ ହଜାର ୩୮୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୨୯ ହଜାର ୨୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୮୯ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧୮ ହଜାର ୩୫୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୧୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *