Covid-19 Angul Updates: ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୫୦ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ କରୋନା (Corona Virus) ର ଗତି ତୀବ୍ର ହେବାରେ ଲାଗିଛି। ଗୁରୁବାର ଅନୁଗୋଳ ଜିଲ୍ଲାରେ ୧୫୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୩ ହଜାର ୫୮୮ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ୱାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ କିଶୋରନଗର ବ୍ଳକ୍ ଅଂଚଳରୁ ୩୩ଜଣଙ୍କ ମଧ୍ୟରୁ ୨୫ଜଣ ପୁରୁଷ ଓ ୮ଜଣ ମହିଳା, ବଅଁରପାଳ ବ୍ଳକ୍‌ ଅଂଚଳରୁ ୨୩ଜଣଙ୍କ ମଧ୍ୟରୁ ୧୭ଜଣ ପୁରୁଷ ଓ ୬ଜଣ ମହିଳା, ଛେଣ୍ଡିପଦା ବ୍ଳକ ଅଂଚଳରୁ ୨୨ଜଣଙ୍କ ମଧ୍ୟରୁ ୨୦ଜଣ ପୁରୁଷ ଓ ୨ଜଣ ମହିଳା, ତାଳଚେର ବ୍ଲକ୍ ଅଂଚଳରୁ ୨୦ଜଣଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ଓ ୩ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୧୭ଜଣଙ୍କ ମଧ୍ୟରୁ  ୧୨ଜଣ ପୁରୁଷ ଓ ୫ଜଣ ମହିଳା, ତାଳଚେର ପୌରାଞ୍ଚଳରୁ ୧୨ଙ୍କ ମଧ୍ୟରୁ ପୁରୁଷ ୭ଜଣ ଓ ମହିଳା ୫ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୨୦ଜଣଙ୍କ ମଧ୍ୟରୁ ୧୭ ଜଣ ପୁରୁଷ ଓ ୩ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୧୭ଜଣଙ୍କ ମଧ୍ୟରୁ ୧୨ଜଣ ପୁରୁଷ ଓ ୫ଜଣ ମହିଳା, ତାଳଚେର ପୌରାଞ୍ଚଳରୁ ୧୨ଜଣଙ୍କ ମଧ୍ୟରୁ ୭ଜଣ ପୁରୁଷ ଓ ୫ଜଣ ମହିଳା, କଣିହାଁ ବ୍ଳକ୍ ଅଂଚଳରୁ ୧୧ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ ଓ ୧ଜଣ ମହିଳା, ଅନୁଗୋଳ ବ୍ଳକ୍‌ ଅଂଚଳରୁ ୯ଜଣଙ୍କ ମଧ୍ୟରୁ ୮ ଜଣ ପୁରୁଷ ଓ ୧ଜଣ ମହିଳା, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ଜଣେ ପୁରୁଷ  ଅଛନ୍ତି।

mobile

ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୪୩ ଜଣ ହୋମ Isolation ରେ ଥିବାର ଜଣାପଡିଛି।

Also Read |Free Covid Vaccine: ଆସାମ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ବିହାର ପରେ ବର୍ତ୍ତମାନ କେରଳରେ ମିଳିବ ସମସ୍ତଙ୍କୁ କରୋନା ମାଗଣା ଟୀକା

Share this: