Corona Odisha: ଆଜି ପୁଣି ରାଜ୍ୟରୁ ୬ ହଜାର୨୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ କରୋନା ତାର ପ୍ରକୋପ ଜାରି ରଖି  ଆଗକୁ ବଢି ଚାଲିଛି। ଲଗାତାର ଦ୍ଵିତୀୟ ଦିନରେ ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୬ ହଜାର ୨୧୫ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୬୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୬୧୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୯୫୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୭୩ଜଣ, ବାଲେଶ୍ଵରରୁ ୭୯ଜଣ, ବରଗଡ଼ରୁ ୨୬୮ଜଣ, ଭଦ୍ରକରୁ ୮୬ଜଣ, ବଲାଙ୍ଗୀରିରୁ ୨୧୧ଜଣ, ବୌଦ୍ଧରୁ ୨୦ଜଣ, କଟକରୁ ୩୮୩ଜଣ, ଦେଓଗଡ଼ରୁ ୩୩ଜଣ, ଢେଙ୍କାନାଳରୁ ୧୬ଜଣ, ଗଜପତିରୁ ୪୭ଜଣ, ଗଞ୍ଜାମରୁ ୬୭ଜଣ, ଜଗତସିଂପୁରରୁ ୬୨ଜଣ, ଯାଜପୁରରୁ ୮୫ଜଣ, ଝାରସୁଗୁଡାରୁ ୬୨ଜଣ, କଳାହାଣ୍ଡିରୁ ୬୮୨ଜଣ, କନ୍ଧମାଳରୁ ୩୪ଜଣ, କେଉଁଝରରୁ ୧୫୭ଜଣ, କୋରାପୁଟରୁ ୫୮ଜଣ, କେନ୍ଦ୍ରାପଡ଼ାରୁ ୪୧ଜଣ, ମୟୁରଭଞ୍ଜରୁ ୧୧୫ଜଣ, ମାଲକାନଗିରିରୁ ୨୧ଜଣ, ନବରଙ୍ଗପୁରରୁ ୨୫୭ଜଣ, ନୟାଗଡ଼ରୁ ୮୨ଜଣ,ନୂଆପଡ଼ାରୁ ୪୪୬ଜଣ, ପୁରୀରୁ ୩୦୬ଜଣ, ରାୟଗଡାରୁ ୭୦ଜଣ, ସମ୍ବଲପୁରରୁ ୨୬୩ଜଣ, ସୋନପୁରରୁ ୬୫ଜଣ, ସୁନ୍ଦରଗଡ଼ରୁ ୬୮୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୯୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୭ ଲକ୍ଷ ୯୩ ହଜାର ୪୭୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୯୪ହଜାର ୬୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୧୬୫ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୫୩ ହଜାର ୫୫୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ହଜାର ୧୧୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid-19 Angul Updates: ଅନୁଗୁଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୫୦ଜଣ କରୋନା ପଜିଟିଭ ଚିହ୍ନଟ

Share this: