Corona Angul Updates: ଆଜି ଅନୁଗୁଳରୁ ୫୨୮ଜଣ କରୋନା ପଜିଟିଭ ଚିହ୍ନଟ, ୩୧୬ ସୁସ୍ଥ

Share this:

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରେ ପୁଣି ୫୨୮ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ୯୩୨ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତକ ସଂଖ୍ୟା ୫୩୩ ରେ ପହଂଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ତାଳଚେର ବ୍ଲକ୍‌ ଅଂଚଳରୁ ୯୫ଜଣ (୬୫ଜଣ ପୁରୁଷ ଓ ୩୦ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୯୨ଜଣ (୪୪ଜଣ ପୁରୁଷ ଓ ୪୮ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୭୯ଜଣ (୪୫ଜଣ ପୁରୁଷ ଓ ୩୪ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୭୩ଜଣ (୫୬ ଜଣ ପୁରୁଷ ଓ ୧୭ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୪୬ଜଣ (୩୧ଜଣ ପୁରୁଷ ଓ ୧୫ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୪୦ଜଣ (୨୭ ଜଣ ପୁରୁଷ ଓ ୧୩ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୩୩ଜଣ (୨୨ଜଣ ପୁରୁଷ ଓ ୧୧ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨୬ଜଣ (୨୦ଜଣ ପୁରୁଷ ଓ ୬ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୨ଜଣ (୧୬ଜଣ ପୁରୁଷ ଓ୬ ଜଣ ମହିଳା), ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୧ଜଣ (୬ଜଣ ପୁରୁଷ ଓ ୫ଜଣ ମହିଳା) ଓ ଅନୁଗୋଳ ବ୍ଲକ୍ ଅଂଚଳରୁ ୧୧ଜଣ (୭ ଜଣ ପୁରୁଷ ଓ ୪ ଜଣ ମହିଳା) ଅଛନ୍ତି।

ଆଜି ଜିଲାରୁ ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୦୦ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସହ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି ଆଜି ଅନୁଗୋଳ ଜିଲ୍ଲାରୁ ୩୧୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନାରେ ୪୭ ଜଣ ମୃତ୍ୟୁବରଣ କଲେଣି।

Also Read | Black Fungus: କରୋନା କାଳରେ ଏକ ନୂଆ ରୋଗ ଆସିଛି ବ୍ଲାକ୍ ଫଙ୍ଗସ୍, ଜାଣନ୍ତୁ କଣ…

[amazon_auto_links id=”9939″]
Share this: