RT-PCR Testing Lab: ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର

Share this:

ଭୁବନେଶ୍ୱର: ରାଜ୍ୟରେ ଦିନକୁଦିନ ବଢୁଛି କରୋନା (Covid-19) ସଂକ୍ରମଣ। ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱକୁ ଉପଲବ୍ଧିକରି  ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର(RT-PCR Testing Lab)। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏଥିପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ।

ସୂଚନା ଅନୁସାରେ ରାଜ୍ୟର ୧୬ଟି ଜିଲ୍ଲା ହେଉଛି ଢେ଼ଙ୍କାନାଳ, ଭଦ୍ରକ, ବୌଦ୍ଧ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଆରଟିପିସିଆର୍ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏଥିସହିତ ଏହି ଟେଷ୍ଟିଂ ସେଣ୍ଟର ଗୁଡିକ ପ୍ରତ୍ୟେକ ଦିନ ଲୋକଙ୍କୁ ସେବା ଯୋଗାଇ ଦେବ। ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ମାଇକ୍ରୋବାଓ ଲୋଜିଷ୍ଟ ଓ ତିନି ଜଣ ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କୁ ନିୟୋଜିତ କରାଯିବ।

[amazon_auto_links id=”9932″]

Also Read | Black Fungus: କରୋନା କାଳରେ ଏକ ନୂଆ ରୋଗ ଆସିଛି ବ୍ଲାକ୍ ଫଙ୍ଗସ୍, ଜାଣନ୍ତୁ କଣ…

Share this:

Leave a Reply

Your email address will not be published. Required fields are marked *