Odisha Covid-19: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୩୪୬ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଗତକାଲି ୧ ହଜାର ୩୪୬ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୬୪ ଜଣ, କଟକରୁ ୧୧୦ ଜଣ, ଅନୁଗୋଳରୁ ୬୫ ଜଣ, ବରଗଡ଼ରୁ ୪୯ ଜଣ, ଯାଜପୁରରୁ ୩୪ ଜଣ, ମୟୁରଭଞ୍ଜରୁ ୩୫ ଜଣ, ଭଦ୍ରକରୁ ୨୮ ଜଣ, ବାଲେଶ୍ଵରରୁ ୩୪ ଜଣ, ଢେଙ୍କାନାଳରୁ ୧୬ ଜଣ, ପୁରୀରୁ ୬୩ ଜଣ, ଜଗତସିଂପୁରରୁ ୫୯ ଜଣ, ରାୟଗଡାରୁ ୬ ଜଣ, ଗଞ୍ଜାମରୁ ୧୪ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୮ ଜଣ, ନୟାଗଡରୁ ୩୧ ଜଣ, ସୋନପୁରରୁ ୧୧ ଜଣ, ବଲାଙ୍ଗୀରରୁ ୬୫ ଜଣ, ସୁନ୍ଦରଗଡରୁ ୧୨୬ ଜଣ, ଝାରସୁଗୁଡାରୁ ୧୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ ଜଣ, କେନ୍ଦ୍ରାପଡା ୫୪ ଜଣ, କୋରାପୁଟରୁ ୧୬ ଜଣ, କେଉଁଝରରୁ ୪୫ ଜଣ, କନ୍ଧମାଳରୁ ୯ ଜଣ, ନୂଆପଡ଼ାରୁ ୫୨ ଜଣ, କଳାହାଣ୍ଡିରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୧୫ ଜଣ, ଦେଓଗଡରୁ ୪ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।

Also Read| Corona Virus India:ଦେଶରେ କୋଭିଡ୍‍ ଆରୋଗ୍ୟହାର ବଢୁଛି

[amazon_auto_links id=”10086″]

Share this: