Statue of Peace: ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ‘ଷ୍ଟାଚ୍ୟୁ ଅଫ ପିସ’ ଉନ୍ମୋଚନ କରିବେ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆସନ୍ତା କାଲି ନଭେମ୍ବର ୧୬ ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (Jainacharya Shree Vijay Vallabh Surishwer Ji Maharaj) ଙ୍କ ୧୫୧ ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ‘ଷ୍ଟାଚ୍ୟୁ ଅଫ ପିସ’ (Statue of Peace) ଉନ୍ମୋଚନ କରିବେ।

ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ଜୀ ମହାରାଜ (୧୮୭୦-୧୯୫୪) ଜୈନ ସନ୍ଥ ଭାବେ ନିଃସ୍ୱାର୍ଥପର ଓ ସମର୍ପିତ ହୋଇ ଭଗବାନ ମହାବୀର (Lord Mahavira) ଙ୍କ ବାର୍ତ୍ତା ପ୍ରଚାର ପୂର୍ବକ ସାଦାସିଧା ଜୀବନ ଅତିବାହିତ କରିଥିଲେ। ଜନତାଙ୍କ କଲ୍ୟାଣ, ଶିକ୍ଷାର ପ୍ରସାର, ସାମାଜିକ କୁସଂସ୍କାରର ମୂଳୋତ୍ପାଟନ ଲାଗି ସେ ଅହର୍ନିଶ କାମ କରିଛନ୍ତି; ଏଥିସହ ସେ ପ୍ରେରଣାମୂଳକ ସାହିତ୍ୟ କବିତା, ନିବନ୍ଧ, ଭକ୍ତି ଭଜନ ଓ ସ୍ତବନ ଲେଖିଛନ୍ତି। ସ୍ୱାଧୀନତା ଆନ୍ଦୋଳନ (Freedom movement)ସ୍ୱଦେଶୀ (Swadeshi) ଉଦ୍ଦେଶ୍ୟରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି।

ତାଙ୍କର ଏହି ପ୍ରେରଣା ବଳରେ ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ଓ ଅଧ୍ୟୟନ କେନ୍ଦ୍ର ସମେତ ୫୦ରୁ ଅଧିକ ଶିକ୍ଷାନୁଷ୍ଠାନ ସଂଚାଳିତ ହେଉଛି । ତାଙ୍କ ପ୍ରତି ସମ୍ମାନପୂର୍ବକ ପ୍ରତିମୂର୍ତ୍ତିଟି ‘ଷ୍ଟାଚ୍ୟୁ ଅଫ ପିସ୍’ ଭାବେ ଉନ୍ମୋଚିତ ହେବାକୁ ଯାଉଛି। ୧୫୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିଟି ଅଷ୍ଟଧାତୁରେ ନିର୍ମିତ ହୋଇଛି, ଯାହା କି ୮ଟି ଧାତୁ। ତନ୍ମଧ୍ୟରେ ପ୍ରମୁଖ ଧାତୁ ଭାବେ ତମ୍ବା ରହିଛି ଏବଂ ଏହାକୁ ରାଜସ୍ଥାନ (Rajasthan) ର ପାଲି (Pali) ରେ ଥିବା ବିଜୟ ବଲ୍ଲଭ ସାଧନା କେନ୍ଦ୍ର (Vijay Vallabh Sadhana Kendra), ଜେଟପୁରା (Jetpura) ରେ ସ୍ଥାପିତ କରାଯାଇଛି।

Also Read | Bihar : ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର, ଆସନ୍ତାକାଲି ଶପଥ ଗ୍ରହଣ, ସୁଶୀଲ ମୋଦୀ ହେବେ ବିଧାନମଣ୍ଡଳ ନେତା

[amazon_auto_links id=”10086″]

Share this: