ଆଜି ଅନୁଗୋଳ ରୁ ୨୧ କରୋନା ପଜିଟିଭ ଚିହ୍ନଟ,ମୋଟ ୨୮୬

Share this:

ଅନୁଗୋଳ:ଆଜି ଜିଲ୍ଲାରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ କରୋନା ପଜିଟିଭ ସଂଖ୍ୟା ୨୮୬ ରେ ପହଞ୍ଚିଛି । ଆଜି ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୪ ଜଣ , କଣିହାଁ ବ୍ଳକ୍ ଅଞ୍ଚଳ ରୁ ୩ ଜଣ , ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣଏବଂ ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଅଁରପାଳ ବ୍ଳକ୍ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୫ ଜଣ ମହିଳା ବୟସ ଯଥାକ୍ରମେ ୪୦ , ୧୮ , ୩୫ , ୨୫ ଓ ୩୫ ବର୍ଷ ଥିବା ବେଳେ ୨ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୩ ଓ ୩୯ ବର୍ଷ। ସୂଚନାଯୋଗ୍ୟ ପୂର୍ବରୁ ଏହି ପରିବାରରୁ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଏମାନେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ଏହି ବ୍ଲକର ଏକ ଶିଲ୍ପାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ଅନ୍ୟ ୭ ଜଣକ ମଧ୍ୟରେ ଜଣେ ୨୪ ବର୍ଷିୟ ପୁରୁଷ , ୩ ଜଣ ମହିଳା ଯାହାଙ୍କ ବୟସ ଯଥାକ୍ରମେ ୪୪ , ୧୪ ଓ ୪୫ ବର୍ଷ। ଯେଉଁମାନେ କି ଅନ୍ୟ ଆକ୍ରାନ୍ତଙ୍କ  ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ଶିଲ୍ପାଞ୍ଚଳରୁ ଗୋଟିଏ ପରିବାରର ୨ ଜଣଙ୍କ ମଧ୍ୟରେ ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୧୮ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଛଡା ଶିଲ୍ପାଞ୍ଚଳରୁ ଲକ୍ଷଣଯୁକ୍ତ ଜଣେ ୫୩ ବର୍ଷିୟ ପୁରୁଷ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କଣିହାଁ ବ୍ଳକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ୪୦ ବର୍ଷିୟା ମହିଳା ଏବଂ ଜଣେ ୨୪ ବର୍ଷିୟ ପୁରୁଷ ଗଞ୍ଜାମ ଫେରନ୍ତା ହୋଇଥିବା ବେଳେ ୩୪ ବର୍ଷିୟ ପୁରୁଷ ବିଶାଖାପାଟଣାରୁ ଫେରି ସଂଗରୋଧରେ ଥିଲେ। ତାଳଚେର ବ୍ଲକ୍ ଅଞ୍ଚଳର ୨ଜଣ ମହିଳା ବୟସ ଯଥାକ୍ରମେ ୮୨ ଓ ୪୩ ବର୍ଷ ଯେଉଁମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହୋମ କ୍ଵାରେଣ୍ଟାଇନରେ ଥିବା ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଜଣେ ୨୬ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ଜଣେ ୩୯ ବର୍ଷିୟ ପୁରୁଷ ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 

ଏଥିମଧ୍ୟରୁ ଆଜି ୨୦ ଜଣକୁ ତାଳଚେର କୋଭିଡ଼ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଏହି ୨୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬ ରେ ପହଞ୍ଚିଛି । ଆଜି ୨୨ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି। ପୂର୍ବରୁ ସୁସ୍ଥ ହୋଇଥିବା ୧୪୯କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୭୧ରେ ପହଞ୍ଚିଛି।

  

Share this: