ଇଂଲଣ୍ଡ ୩ୟ ଟେଷ୍ଟ ବିଜୟ ସହ ୨-୧ ରେ ସିରିଜ୍ ବିଜୟୀ

Share this:

ମଞ୍ଚେଷ୍ଟର : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (Test series) ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ୨୬୯ରନ୍‌ର ବିଜୟ ହାସଲ କରିଛି। ଏହି ବିଜୟ ସହିତ ସିରିଜକୁ ୨-୧ ରେ ଜିତି ନେଇଛି।

ଏହି ମ୍ୟାଚ ର  ଆଜି ଖେଳର ୫ମ ଦିନରେ ୱେଷ୍ଟଇଣ୍ଡିଜ୍ ଦଳ କୁ ବିଜୟ ପାଇଁ ୩୯୯ ର ବିରାଟ ଲକ୍ଷ୍ୟ  ଆୟୋଜକ ଇଂଲଣ୍ଡଦେଇଥିଲା । କିନ୍ତୁ  ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୨୯ ରନ୍ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ଷ୍ଟୁଆର୍ଟ ବ୍ରଡ ମୋଟ ୧୦ଟି  ୱିକେଟ୍ ନେଇ ଟେଷ୍ଟ କ୍ରିକେଟରେ ୫୦୦  ୱିକେଟ୍ ନେବାର ନିଜ ନାମରେ ରେକର୍ଡ କରିଛନ୍ତି।

ଏହି ନିର୍ଣ୍ଣାୟକ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ ସଂଗ୍ରହ କରିଥିଲା ​​ଏବଂ ଏହାର ଉତ୍ତରରେ ୱେଷ୍ଟଇଣ୍ଡିଜ୍ ୧୯୭ ରନ କରି ୧୭୨ ରେ  ରନ୍ ରେ ପଛରେ ଥିଲା। ​​ପରେ ଦ୍ୱିତୀୟ ଇନିଂସରେ ଆୟୋଜକ ୨ ୱିକେଟ ହରାଇ 226 ସ୍କୋର ରେ ପାଳି ଘୋଷଣା କରିଥିଲା ଏବଂ ଜିତିବା ପାଇଁ ୩୯୯ ଲକ୍ଷ୍ୟ ଧାର୍ଯ୍ୟ ୱେଷ୍ଟଇଣ୍ଡିଜ କୁ ଦେଇଥିଲା କାରିବିଆନ୍ ଦଳ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇପାରିଲା ନାହିଁ ଏବଂ ଦ୍ୱିତୀୟ ଇନିଂସରେ ୧୨୯ ରନ୍ କରିଥିଲା।

ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ ମଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଇନିଂସରେ ୧୪ ଓଭର ବୋଲିଂ କରି ୩୧ ରନ ଦେଇ ୬ ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୮.୧ଓଭରରେ ୩୬ ରନ୍ଦେଇ ୪ଟି  ସଫଳତା ହାସଲ କରିଥିଲେ। ବ୍ରଡ ଟେଷ୍ଟ କ୍ରିକେଟରେ ୫୦୦ ତମ ୱିକେଟ୍ ହାସଲ କରିଛନ୍ତି। ବ୍ରଡ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ  ପ୍ଲେୟାର ଅଫ୍ ଦି ସିରିଜ୍ ମନୋନୀତ କରାଯାଇଥିଲା |

Share this: