ଅନୁଗୋଳରୁ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆଜି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଞ୍ଚଳରୁ ସର୍ବାଧିକ ୭ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ଜଣ, ଅନୁଗୁଳ,କଣିହାଁ ଓ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮,୧୮,୨୨,୨୩,୨୬ ଓ ୫୨ ବର୍ଷ ହୋଇଥିବା ବେଳେ ଜଣେ ମହିଳାଙ୍କ ବୟସ ୫୯ ବର୍ଷ ଅଟେ। ଏହି ମହିଳା ଜଣକ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ହୋଇଛନ୍ତି। ସେହିପରି ୬ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ପୁରୁଷ ଉଭୟେ ୪୦ବର୍ଷ ବୟସର  ହୋଇଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଆସି ବ୍ଳକର ଏକ ପ୍ରକଳ୍ପରେ କାର୍ଯ୍ୟରତ ଥିବା ଅବସ୍ଥାରେ ପଜିଟିଭ ହୋଇଛନ୍ତି।

ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ଜଣେ ୩୧ ବର୍ଷିୟ ମହିଳା ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ହୋଇଛନ୍ତି । କଣିହାଁ ବ୍ଳକ୍ ଅଞ୍ଚଳରେ ଚିହ୍ନଟ ହୋଇଥିବା ଜଣେ ୫୮ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଲକ୍ ଅଞ୍ଚଳରେ ଚିହ୍ନଟ ହୋଇଥିବା ଜଣେ ୫୨ ବର୍ଷିୟ ପୁରୁଷଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ମାନଙ୍କର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର ଚାଲୁ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତିମଧ୍ୟରେ ୧୧ ଜଣ ସୁସ୍ଥ ହୋଇ ନିଜ ଘରେ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଛି ପୂର୍ବରୁ ସୁସ୍ଥ ହୋଇଥିବା ୩୪୯ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୬୦ରେ ପହଞ୍ଚିଲା।

Share this: