କୋଭିଡ୍‌ ରୋଗୀଙ୍କ ସୁବିଧା, କୋବିଡ଼ ଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗରୁତ୍ଵ ସହିତ ୫ ଜିଲ୍ଲା କୁ ଫୋକସ୍

Share this:

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି।  କେଭିଡ୍‌ ରୋଗୀଙ୍କ ସୁବିଧା, କେଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ଵାରୋପ କରିଛନ୍ତି। ଏହା ସହିତ ରାଜ୍ୟର ୫ଟି ଫୋକସ୍ ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ଠାରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ଵର ର ସମ୍‌, କିମ୍‌ସ ଓ କଟକର ଅଶ୍ଵୀନୀ ହସ୍‌ପିଟାଲରେ ଏହା ଆରମ୍ଭ ହେବ ଓ କଟକ ବଡ଼ ମେଡିକାଲ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ। ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି।

 ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ରିତ ଜିଲ୍ଲାରେ ଅଧିକ ସଂଖ୍ୟକ ଭେଣ୍ଟିଲେଟର, ଆମ୍ବୁଲାନ୍ସ ଓ ଶଯ୍ୟ ସହିତ ଯଥେଷ୍ଟ ସଂଖ୍ୟକ ମାନବସମ୍ବଳ ପଠାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ସାତ ହଜାର  କୋଭିଡ୍ ପରୀକ୍ଷଣ କରାଯାଉଥିବାବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯ ହଜାର କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧୁକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ। କଟକ, ଭୁବନେଶ୍ୱର, ଗଞ୍ଜାମରେ ଆହୁରି ଦୁଇ ଶହ  ଆଇ.ସି.ୟୁ ଶଯ୍ୟା ସହିତ ହସ୍‌ପିଟାଲ୍‌ରେ ଶଯ୍ୟ ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୁରୀ ସହରରେ ସେରୋ ସର୍ଭେଲାନ୍ସ ସଂପୂର୍ଣ୍ଣ ହୋଇଥିବାବେଳେ ଭୁବନେଶ୍ୱରରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ ସଂପୂର୍ଣ୍ଣ ହୋଇଛି। ତା’ସହିତ ହାଇ ରିସ୍କ ସେରୋ ସର୍ଭେଲାନ୍ସ ଜାରି ରହିଛି। ଗ୍ରାମ କଲ୍ୟାଣ ସମିତି ସ୍ତରରେ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧୁକ କୋଭିଡ୍ ଯୋଦ୍ଧାଙ୍କୁ ଇତି ମଧ୍ୟରେ ତାଲିମ ପ୍ରଦାନ କରାଯାଇଛି। ଏହା ସହିତ ଅଣ-କୋଭିଜ୍ ହସ୍‌ପିଟାଲ୍‌ରେ କାର୍ଯ୍ୟ କରିଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ସୁରକ୍ଷା ତାଲିମ ଦିଆଯାଇଛି। ପରେ ଏଠାରୁ କୋଭିଡ୍ କେୟାର ସେଣ୍ଟର ବା କୋଭିଡ୍ ହସ୍‌ପିଟାଲ୍‌କୁ ଯାଉଛନ୍ତି।

କଟକ ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ନୂଆ କରି ଆସୁଥିବା ଲୋକମାନଙ୍କୁ ତଦାରଖ କରିବା ସହିତ ହୋମ୍ ୱାରାଣ୍ଟାଇନ୍ ଅନୁପାଳନ ଉଦେଶ୍ୟରେ ୨୨୯୫ଟି ଗ୍ରାମରେ ୫୭୦୩ଟି ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି କମିଟିରେ ୱାର୍ଡ ମେମ୍ବର, ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରତିନିଧ ଓ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ସଭ୍ୟ ଭାବେ ରହିଛନ୍ତି। ୧୧ଟି ବ୍ଲକ୍‌ରେ ତାଲିମ କାର୍ଯ୍ୟ ସଂପନ୍ନ ହୋଇଥିବାବେଳେ ଅବଶିଷ୍ଟ ୩ଟିରେ ତାଲିମ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। ଆଜି ସୁଦ୍ଧା କଟକର ଗ୍ରାମାଞ୍ଚଳଗୁଡ଼ିକରେ ୭୪୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୬୯ ଜଣ ସୁସ୍ଥ ହେବା ସହିତ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ସକ୍ରିୟ ରୋଗୀ ରହିଛନ୍ତି। କଟକ ଜିଲ୍ଲାରେ କୋଭିଡ୍ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ୭୦୦ ଶଯ୍ୟର ବନ୍ଦୋବସ୍ତ କରାଯାଇଛି। ଅଶ୍ଵିନୀ କୋଭିତ୍ ହସ୍‌ପିଟାଲ୍‌ରେ ୧୫୦ଟି ଶଯ୍ୟ, ଆଠଗଡସ୍ଥିତ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର କୋଭିଡ୍ ହେଲ୍‌ଥ ସେଣ୍ଟରରେ ୧୫୦ଟି ଶଯ୍ୟ, ଟାଙ୍ଗିସ୍ଥିତ ତ୍ରିସର କେଭିଡ୍ କେୟାର ସେଣ୍ଟରରେ ୩୦୨ଟି ଶଯ୍ୟ ଓ କଟକ ମହାନଗର ନିଗମ ପରିଚାଳିତ ବିଦ୍ୟାଧରପୁର କୋଭିଡ୍ କେୟାର ସେଣ୍ଟରରେ ୯୮ଟି ଶଯ୍ୟ ଏଥିରେ ଅନ୍ତର୍ଭୁକ୍ତ।

 କ୍ୱାରାଣ୍ଟାଇନ୍‌ ଅବଧି  କୁ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ହେତୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୭୦୭  ଜଣ ଲୋକଙ୍କୁ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। କଟକ ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରସ୍ଥିତିର ବିଶ୍ଳେଷଣ କରି କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ କହିଛନ୍ତି ଯେ ସ୍ଵାସ୍ଥ୍ୟନୁଷ୍ଠାନ, ଜନଗହଳିପୂର୍ଣ୍ଣ ବଜାରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବିଶୋଧନ ଓ ସକ୍ରିୟ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛି। କୋଭିଡ୍-୧୯ ମାର୍ଗଦର୍ଶିକାକୁ କଠୋର ଭାବେ ପାଳନ କରିବା ଏବଂ ବିଭିନ୍ନ ସାମାଜିକ ଉତ୍ସବାନୁଷ୍ଠାନରେ ବୟସ୍କ ନାଗରିକମାନଙ୍କର ଅଧୁକ ଯନ୍ ନେବା ପାଇଁ ସେ ଅନୁରୋଧ ଜଣାଇଛନ୍ତି । ଜନସାଧାରଣ ଏବଂ ସମ୍ବେଦନଶୀଳ ଲୋକମାନଙ୍କ ମଧ୍ୟରେ କୋଭିଜ୍୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସେରୋଲୋଜିକାଲ୍ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହା ସହରର ସମସ୍ତ ୱାର୍ଡରେ ଜାରି ରହିବ: ଫଳରେ ଏହି ସର୍ବେକ୍ଷଣରୁ ସଂକ୍ରମଣର ମାତ୍ରା ଆକଳନ କରିହେବ।

ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। ରାଜ୍ୟରେ କୋଭିଡ–୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଘନ କରିଥିବା ଅଭିଯୋଗରେ ଜୁଲାଇ ୧୧ରୁ ଜୁଲାଇ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୮ ଟି ମାମଲା ଦାୟର କରାଯାଇଛି। ଏଥ ମଧ୍ୟରୁ ୧୬ଟି ମାମଲା ଲକ୍ ଡାଉନ୍ ସଂପର୍କତ ହୋଇଥିବାବେଳେ ୧ଟି ମାମଲା ହୋମ୍ ବାରାଣ୍ଟାଇନ୍ ଉଲ୍ଲଘନ ପାଇଁ ଏବଂ ୧ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ। ୪୫ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍, ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତିକେୟନ୍ ପାଣ୍ଡିଆନ୍ ଓ ବିଭିନ୍ନ ବିଭାଗର ଶାସନ ସଚିବ ଓ କୋଭିଡ ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇଥିଲେ।

Share this: