Corona:ଢେଙ୍କାନାଳ ଜିଲ୍ଲାରୁ ପୁଣି ୯୩ କରୋନା ପଜିଟିଭ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ପୁଣି ବଢିଛି କରୋନା (Covid-19) ସଂକ୍ରମଣ। ଆଜି ନୂଆ ୯୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୮୭ ଏବଂ ହସ୍ପିଟାଲରୁ ୬ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମାଗୁବେରେଣୀ ଏବଂ କାରନ୍ଦାରୁ ୩ଜଣ ଲେଖାଏଁ ଥିବାବେଳେ ଖଜୁରିଆକଟା ଏବଂ ବଡମୁଣ୍ଡାରୁ ୨ଜଣ ଅଛନ୍ତି। ସେହିପରି ବାହାଲୁଣ୍ଡା, ସାନହିନ୍ଦୋଳ, ଖଣ୍ଡିତିରି, ପାଟଲା, କଡଲା, ପାଇକପୁରୁଣାକୋଟ, ସରପା, ଛୋଟାପଡା ଏବଂ ଠୋକରରୁ ଜଣେ ଲେଖାଏଁ ଅଛନ୍ତି।  

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦକ୍ଷିଣକାଳୀରୁ ୪ଜଣ, ହାଟରୋଡ଼ ଏବଂ ଷ୍ଟେସନ୍ ବଜାରରୁ ୨ଜଣ ଲେଖାଏଁ ଥିବାବେଳେ ଖମାରସାହି, କାଲଟାକ୍, କଲେଜ ବାଇପାସ, ଦକ୍ଷିଣକାଳୀ, କଣ୍ଟାନାଳି ଭାଗୀରଥିପୂର, କୁଞ୍ଜକାନ୍ତ, ବୋରପଦା, ରାମେଶ୍ୱରପୁର, ରାଧାକୃଷ୍ଣ ବଜାର ଏବଂ କାରିଗରସାହିରୁ ଜଣେ ଲେଖାଏଁ ଅଛନ୍ତି।   

ଓଡାପଡା ବ୍ଲକ (Oapada Block) ରୁ ୧୩ଜଣ ଚିହ୍ନଟଙ୍କ ମଧ୍ୟରୁ କୋଟାବେରେଣା ଏବଂ କାଣ୍ଡବିନ୍ଧାରୁ ୫ଜଣ ଲେଖାଏଁ ଥିବାବେଳେ ଇନ୍ଦିପୁରରୁ ୨ଜଣ ଏବଂ ଛତିଆରୁ ଜଣେ ଚିହ୍ନଟ ହୋଇଛନ୍ତି। ଭୁବନବ୍ଲକ (Bhuban Block) ରୁ ୭ଜଣ ବାଲିଝାଟିରୁ ଚିହ୍ନଟ ହୋଇଛନ୍ତି। ଭୁବନ NAC ରୁ ଜଣେ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବେଲେଟିକିରୀ, ନାଗିଆପଶି, କତକମଡା, ବଳଭଦ୍ରପୁର ଶାସନ, ମଙ୍ଗଳପୁର, କୁରୁମଟାଙ୍ଗର ଏବଂ ବିମବୋଲରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଅଁଳାବେରେଣୀ, ବୈଶିଙ୍ଗା, ସାରୁଳି, ମହୁଲି, ଖୁଣ୍ଟବତୀ ଏବଂ ବିଜଡିହିରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୪ଜଣ ଅଛନ୍ତି।

ପର୍ଜଙ୍ଗ ବ୍ଲକରୁ ୬ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କୁଲେଇରୁ ୪ଜଣ ଥିବାବେଳେ କଟରପଦା ଏବଂ କୁମୁସିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରୁ ୫ଜଣଙ୍କ ମଧ୍ୟରୁ ମହୁଲଖଳି, ଏଲେଜଙ୍ଗ, ଅରୁହାଁ, ଖଙ୍କାରା ଏବଂ ଦେଓଗାଁରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ୫ଜଣଙ୍କ ମଧ୍ୟରୁ ତୋଡରନାଳିରୁ ୪ଜଣ ଏବଂ ରାହାଣୀରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୭୮୪ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪୮ ହଜାର ୯୮୯ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୮୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୧ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୨୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୭୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ସର୍ବାଧିକ ୫ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୮୫ରେ ପହଞ୍ଚିଛି।

[amazon_auto_links id=”9932″]

Also Read | ପୁଣି ହୋଇପାରେ shutdown-lockdown!କଟକଣା ଟିକେ କୋହଳ ନହେଉଣୁ ଲୋକେ ବାହାରେ ବୁଲିବା ଆରମ୍ଭ କଲେଣି: କେନ୍ଦ୍ରସରକାର

Share this: