Odisha Covid19: ଆଜି ୩୦୫୩ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୨ ଲକ୍ଷ ୨୯ ହଜାରରୁ ଅଧିକ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୩ ହଜାର ୫୩ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ  ୧୮୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୪୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୬୧ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୫୨ ଜଣ, କଟକରୁ ୨୫୬ ଜଣ, କନ୍ଧମାଳ ଜିଲ୍ଲାରୁ ୪୧ ଜଣ, କୋରାପୁଟରୁ ୪୪  ଜଣ, କେନ୍ଦ୍ରାପଡ଼ାରୁ ୧୧୫ ଜଣ, କେଉଁଝରରୁ ୧୩୩  ଜଣ ଓ କଳାହାଣ୍ଡିରୁ ୪୧ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୨୩ ଜଣ, ସୁନ୍ଦରଗଡ଼ରୁ ୯୮ ଜଣ ଓ ସୋନପୁର ଜିଲ୍ଲାରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୧୦ ଜଣ, ଜଗତସିଂହପୁରରୁ  ୭୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୪୬ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୯୮ ଜଣ, ବାଲେଶ୍ଵରରୁ ୮୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୯୫ ଜଣ, ବୌଦ୍ଧରୁ ୨୮ ଜଣ ଏବଂ ଭଦ୍ରକରୁ ୭୦ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୨୭   ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୭ ଜଣ, ନବରଙ୍ଗପୁରରୁ ୧୪ ଜଣ ଓ ନୂଆପଡ଼ାରୁ ୫୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୫୧ ଜଣ, ଦେଓଗଡରୁ ୧୬ ଜଣ, ରାୟଗଡାରୁ ୩୬ ଜଣ, ଅନୁଗୋଳରୁ ୬୪  ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୫୩ ଜଣ ଏବଂ ମାଲକାନଗିରିରୁ ୬୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୪୭  ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୩ ଲକ୍ଷ ୯୫ ହଜାର ୨୬୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୨୯ ହଜାର ୩୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ହଜାର ୩୧୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 ଏଥିସହିତ ରାଜ୍ୟରେ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୯୨ ରେ ପହଞ୍ଚିଛି।

Also Read:Atal Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ‘ଅଟଳ ଟନେଲ’ ଲୋକାର୍ପିତ,୧୮ ହଜାର ଗାଁ ଉପକୃତ ହେବେ 

Share this: