Atal Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ‘ଅଟଳ ଟନେଲ’ ଲୋକାର୍ପିତ,୧୮ ହଜାର ଗାଁ ଉପକୃତ ହେବେ

Share this:

ଶିମିଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଆଜି ଶନିବାର ଦିନ ଅଟଳ ଟନେଲ (Atal Tunnel) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ  ରୋହତଙ୍ଗ (Rohtang) ଟନେଲ ଦେଇ ଯାତ୍ରା କରି ଅନ୍ୟ ପଟେ ଲାହୁଲ-ସ୍ପିଟି ଜିଲ୍ଲାର ସିସୁରେ ପହଞ୍ଚିଛନ୍ତି।

ସିସୁରେ ହୋଇଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ବହୁ ଦୂର ଯାତ୍ରା କରିବା ପରେ ଏଠାରେ ପହଞ୍ଚିଛନ୍ତି, ମୁଁ ଜାଣିଥିଲି ଶୀତଦିନେ ଏଠାରେ କିପରି ମେଡ଼ିକାଲ ପାଠପଢା ବନ୍ଦ ହୋଇଗଲା। ପ୍ରଧାନମନ୍ତ୍ରୀ ମୋଦି ଠାକୁର ସେନ ନେଗିଙ୍କୁ ମନେ ପକାଇଲେ। ଏଠାରେ ଥିବା ପର୍ବତଗୁଡିକ ଅଟଳ ଜୀଙ୍କ ସହିତ ଲୋକପ୍ରିୟ ଥିଲା। ଶୀତଦିନେ, ରୋଗୀମାନେ ଜୀବନ ହରାଉଥିବାର ଦେଖାଯାଏ। ବିକାଶର ଲାଭ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ଉଚିତ୍। ବର୍ତ୍ତମାନ ଯୋଜନା, ଭୋଟ୍ ଉପରେ ଆଧାରିତ ନୁହେଁ। ୧୮ହଜାର ଗାଁ ଅନ୍ଧକାରରୁ ମୁକ୍ତ ହେଲା। ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ସରକାର ଚେଷ୍ଟା କରୁଛନ୍ତି। ଦେଶର ଲୋକଙ୍କୁ ନିବେଦନ କରୋନା ଠାରୁ ନିଜକୁ ରକ୍ଷା କରନ୍ତୁ ବୋଲି ମୋଦୀ ଜନସଭାରେ କହିଛନ୍ତି।

ଏହି ଉତ୍ସବରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ (RajnathSing), ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର(Jai Ram Thakur), କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Anurag Thakur), ସିଡ଼ିଏସ ବିପିନ ରାୱତ(Bipin Raut), ସ୍ଥଳସେବା ମୁଖ୍ୟ ଏମଏମ ନର୍ଭାଣେ ( Manoj Mukund Naravane ) ଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଅଟଳ ଟନେଲ ହେଉଛି ବିଶ୍ଵର ବୃହତ ହାଇୱେ ଟନେଲ ଟନେଲ। ଏହା ୯.୦୨ କିମି ଲମ୍ବ ଏବଂ ୩ ହଜାର ୬୦ ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି। ଟନେଲ ନିର୍ମାଣ ହେବା ଦ୍ୱାରା ମନାଲି (Manali)ରୁ ଲେହ (Leh ) ୪୬ କିମି ଦୂରତା କମିଯିବ।

Also Read:Atal Tunnel: ଆସନ୍ତାକାଲି ବିଶ୍ୱର ଦୀର୍ଘତମ ରାଜପଥ ଅତ୍ୟାଧୁନିକ ‘ଅଟଳ ଟନେଲ’କୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନ କରିବେ

Share this: