Odisha Covid-19: ଓଡ଼ିଶାରେ ୫୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ଦିନକୁଦିନ କମିଚାଲିଛି କରୋନା (Coronavirus) ପଜିଟିଭ ସଂଖ୍ୟା କିନ୍ତୁ ବଢିଚାଲିଛି କରୋନା ଜନିତ ମୃତ୍ୟୁସଂଖ୍ୟା। ରାଜ୍ୟରୁ ୫୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିରେ ପୂର୍ବର ମୃତ୍ୟୁସଂଖ୍ୟା ମିଶିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୩୫୮ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ଼, ଢେଙ୍କାନାଳ ଏବଂ ପୁରୀ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ, ରାୟଗଡା,ନୟାଗଡ ଏବଂ ଗଞ୍ଜାମରୁ ୪ଜଣ ମୃତ୍ୟୁବରଣ କରିଥିବାବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁର ୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। କଟକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ଅନୁଗୁଳ, ଜଗତସିଂପୁର ଏବଂ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୨ ଲକ୍ଷ ୬୩ ହଜାର ୧୬୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୨୯ ହଜାର ୭୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୨୫୮ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୯୭ ହଜାର ୩୬୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୧୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ପୁଣି ହୋଇପାରେ shutdown-lockdown!କଟକଣା ଟିକେ କୋହଳ ନହେଉଣୁ ଲୋକେ ବାହାରେ ବୁଲିବା ଆରମ୍ଭ କଲେଣି: କେନ୍ଦ୍ରସରକାର

Share this: