Odisha: କମୁଛି Covid ସଂକ୍ରମଣ, ଆଜି ଓଡ଼ିଶାରୁ ୨୬୦୨ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରୁ ବର୍ତ୍ତମାନ ଦିନକୁ ଦିନ କରୋନା (Coronavirus) ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ହଜାର ୬୦୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୦୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୨୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୯୯ଜଣ, ବାଲେଶ୍ଵରରୁ ୧୬୪ଜଣ, ବରଗଡ଼ରୁ ୧୩ଜଣ, ଭଦ୍ରକରୁ ୯୫ଜଣ, ବଲାଙ୍ଗୀରିରୁ ୫ଜଣ, ବୌଦ୍ଧରୁ ୨୧ଜଣ, କଟକରୁ ୩୯୭ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୯୩ଜଣ, ଗଜପତିରୁ ୯ଜଣ, ଗଞ୍ଜାମରୁ ୮ଜଣ, ଜଗତସିଂପୁରରୁ ୯୧ଜଣ, ଯାଜପୁରରୁ ୧୮୩ଜଣ, ଝାରସୁଗୁଡାରୁ ୨୬ଜଣ, କଳାହାଣ୍ଡିରୁ ୯ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୫୯ଜଣ, କେଉଁଝରରୁ ୭୨ଜଣ, କୋରାପୁଟରୁ ୩୨ଜଣ, ମାଲକାନଗିରିରୁ ୩୨ଜଣ, ମୟୁରଭଞ୍ଜରୁ ୧୪୧ଜଣ, ନବରଙ୍ଗପୁରରୁ ୧୮ଜଣ, ନୟାଗଡ଼ରୁ ୬୨ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୭୪ଜଣ, ରାୟଗଡାରୁ ୩୩ଜଣ, ସମ୍ବଲପୁରରୁ ୨୫ଜଣ, ସୋନପୁରରୁ ୧୭ଜଣ, ସୁନ୍ଦରଗଡରୁ ୬୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୧ଜଣ ସଂକ୍ରମିତ ହୋଇଛନ୍ତି।

amazon

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୨ ଲକ୍ଷ ୬୩ ହଜାର ୧୬୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୨୯ ହଜାର ୭୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୨୫୮ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୯୭ ହଜାର ୩୬୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୧୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | SBI Apprentice Recruitment 2021: SBI ରେ ୬୧୦୦ ପଦବୀ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

[amazon_auto_links id=”9932″]

Share this: