Dhenkanal: ଢେଙ୍କାନାଳ ଜିଲ୍ଲାରୁ ଆଜି ସର୍ବାଧିକ ୫ଜଣ Covid ଆକ୍ରାନ୍ତଙ୍କ ମୃତ୍ୟୁ, ୫୯ ନୂଆ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୫୯ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୪ ଏବଂ ହସ୍ପିଟାଲରୁ ୪ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦକ୍ଷିଣକାଳୀ ଏବଂ ଗୁଡିଆନାଳିରଉ ୪ଜଣ ଲେଖାଏଁ ଥିବାବେଳେ କଲେଜ ରୋଡ଼ ବାଇପାସ, କୁଂଜକାନ୍ତ ଏବଂ ଦେଉଳସାହିରୁ ୩ଜଣ ଲେଖାଏଁ ଅଛନ୍ତି। ସେହିପରି ବନମାଳୀପ୍ରସାଦ ଏବଂ କଣ୍ଟାନାଳି ବାଇପାସରୁ ୨ଜଣ ଲେଖାଏଁ ଥିବାବେଳେ ଭାଗୀରଥିପୂର, ରାମେଶ୍ବରପୁର, କାଲଟାକ୍ସ, ବସଷ୍ଟାଣ୍ଡ, ଗଣେଶ ବଜାର, କାରିଗରସାହି ଏବଂ ଖମାରସାହିରୁ ଜଣେ ଲେଖାଏଁ ଅଛନ୍ତି।   

ସଦର ବ୍ଲକ (Sadar Block) ରୁ ୯ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବାଉତିବେରେଣା, ମଣ୍ଡାପାଳ, ତଳବରକୋଟ, ମହୁଲପଡା, ସୋଗରପଶି, ନଛିପୁରା, ବିରାଡିଆ, ଗୋବିନ୍ଦପୁର ଏବଂ କୋଇଲିପାଙ୍ଗିରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକରୁ ୭ଜଣଙ୍କ ମଧ୍ୟରୁ ବାରଦାରୁ ୩ଜଣ ଥିବାବେଳେ ଦେଓଗାଁ, ଛତିଆ, ଖଙ୍କାରା ଏବଂ ଯୋରନ୍ଦାରୁ ଜଣେ ଲେଖାଏଁ ଅଛନ୍ତି। ଭୁବନବ୍ଲକ (Bhuban Block) ରୁ ୫ଜଣ ଚିହ୍ନଟ ହୋଇଛନ୍ତି। ବାଲିଝାଟିରୁ ୩ଜଣ ଥିବାବେଳେ ପୁରୁଷୋତ୍ତମପୁର ଏବଂ ଯମୁନାକୋଟରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NAC ରୁ ୩ଜଣ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୨ଜଣ କରୋନା ସଂକ୍ରମିତ କଟରପଦାରୁ ଚିହ୍ନଟ ହୋଇଛନ୍ତି। ଓଡାପଡା ବ୍ଲକ (Oapada Block) ରୁ ବଳରମପ୍ରସାଦରୁ ଜଣେ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar)  ଅଁଳାବେରେଣୀରୁ ଜଣେ ଏବଂ କାମାକ୍ଷାନଗର NAC ରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୨୧୧୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪୭ ହଜାର ୨୦୫ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୭୯୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୬ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୯୫୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୫୪ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ସର୍ବାଧିକ ୫ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha:ଆଜି ଓଡ଼ିଶାରୁ ୨୪୮୭ଜଣ Covid ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

Share this: