Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୧୮୯ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ରାଜ୍ୟରେ ସ୍ଥିତି ଗଭୀର ଆଡକୁ ଯାଉଛି। ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣ ୪ ହଜାରରୁ ଅଧିକ ରହୁଛି। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଆଜି ମଧ୍ୟ ସଂକ୍ରମିତଙ୍କ  ସଂଖ୍ୟା ୪ ହଜାରରୁ ଅଧିକ ରହିଛି। ରାଜ୍ୟରେ ଆଜି ପୁଣି ୪ ହଜାର ୧୮୯ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ହଜାର ୪୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୫ ଜଣ, କଟକରୁ ୫୮୬ ଜଣ, କନ୍ଧମାଳ ଜିଲ୍ଲାରୁ ୭୪ ଜଣ, କୋରାପୁଟରୁ ୬୩ ଜଣ, କେନ୍ଦ୍ରାପଡ଼ାରୁ ୧୨୬ ଜଣ, କେଉଁଝରରୁ ୩୩ ଜଣ ଓ କଳାହାଣ୍ଡିରୁ ୭୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୧୩ ଜଣ, ସୁନ୍ଦରଗଡ଼ରୁ ୨୦୧ ଜଣ ଓ ସୋନପୁର ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୮୭ ଜଣ, ଜଗତସିଂହପୁରରୁ ୧୦୪ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୨୮ ଜଣ, ବାଲେଶ୍ଵରରୁ ୧୫୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୧୪ ଜଣ, ବୌଦ୍ଧରୁ ୭୭ ଜଣ ଏବଂ ଭଦ୍ରକରୁ ୩୪ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୬୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୮୨ ଜଣ, ନବରଙ୍ଗପୁରରୁ ୭୫ ଜଣ ଓ ନୂଆପଡ଼ାରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୫୪ ଜଣ, ଦେଓଗଡରୁ ୧୨ ଜଣ, ରାୟଗଡାରୁ ୨୯ ଜଣ, ଅନୁଗୋଳରୁ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୭୪ ଜଣ ଏବଂ ମାଲକାନଗିରିରୁ ୭୨  ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୪୩ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ADVERTISEMENT

Philips MMS8085B/94 2.1 Channel Convertible Multimedia Speaker System

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୮ ଲକ୍ଷ ୬୦ ହଜାର ୪୧୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୮୮ ହଜାର ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୪୯ ହଜାର ୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୧୫୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read :

IPL 2020 Updates : ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କୁ ଜବାବ ଦେଲେ ଅମ୍ବାତି ରାୟୁଡୁ

Epidemic Diseases Bills: ରାଜ୍ୟସଭାରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଲ୍ ପାସ୍,ସ୍ୱାସ୍ଥ୍ୟକର୍ମୀକୁ ଆକ୍ରମଣ କଲେ ୭ ବର୍ଷ ଜେଲ

Share this: