India VS Australia 3rd ODI: ଟିମ୍ ଇଣ୍ଡିଆ ୧୩ ରନରେ ତୃତୀୟ ODI ଜିତିଲା; ବିଦେଶ ଗ୍ରାଉଣ୍ଡରେ ଲଗାତାର ୭ ପରାଜୟ ପରେ ପ୍ରଥମ ବିଜୟ

Share this:

କାନବେରା: ଭାରତୀୟ ଦଳ (Team India) ଅଷ୍ଟ୍ରେଲିଆରେ ୧୩ ରନ୍ ରେ ଅଷ୍ଟ୍ରେଲିଆ (Australia) କୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ବିଦେଶ ଗ୍ରାଉଣ୍ଡରେ ୭ ଥର ପରାଜୟ ପରେ ଏହା ହେଉଛି ପ୍ରଥମ ବିଜୟ। ଚଳିତ ବର୍ଷ ଫେବୃଆରୀରେ ନ୍ୟୁଜିଲ୍ୟାଣ୍ଡ ନିଜ ଘରୋଇ ସିରିଜରେ ୩ ଟି ODI ଏବଂ ୨ ଟେଷ୍ଟରେ ଭାରତକୁ ହରାଇଥିଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ସାମ୍ପ୍ରତିକ ସିରିଜର ପ୍ରଥମ ଦୁଇଟି ଦିନିକିଆରେ ମଧ୍ୟ ସେମାନେ ପରାସ୍ତ ହୋଇଥିଲେ। ଏହା ସହ ଅଷ୍ଟ୍ରେଲିଆ ODI ସିରିଜରେ ଭାରତକୁ ୨-୧ ରେ ପରାସ୍ତ କରିଛି।

କାନବେରା (Canberra) ODI ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ୩୦୩ ରନ୍ କରିଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆ କେବଳ ୨୮୯ ରନ୍ ସ୍କୋର କରିପାରିଲା। କ୍ୟାପଟେନ ଆରୋନ ଫିଞ୍ଚ (Aaron Finch) ସର୍ବାଧିକ ୭୫ ଏବଂ ଗ୍ଲେନ ମ୍ୟାକ୍ସୱେଲ (Glenn Maxwell) ୫୯ରନ ସ୍କୋର କରିଥିଲେ। ଫିଞ୍ଚଙ୍କ ODI ରେ ଏହା ୨୯ ତମ ଏବଂ ମ୍ୟାକ୍ସୱେଲଙ୍କ ୨୨ ତମ ଅର୍ଦ୍ଧଶତକ।

ଅଷ୍ଟ୍ରେଲିଆ ଦଳ ଭଲ ଆରମ୍ଭ କରିନଥିଲା। ସିରିଜରେ ପ୍ରଥମ ଥର ପାଇଁ ଖୋଲିବାକୁ ଆସିଥିବା ମାର୍ନୁସ୍ ଲାବୁଶାନେ ୭ ରନ୍ ସ୍କୋର କରିବା ପରେ ଟି ନାଟାରାଜନ (T Natrajan) ଙ୍କ ବଲରେ ଆଉଟ ହୋଇଥିଲେ। ଡେବ୍ୟୁ ମ୍ୟାଚରେ ଏହା ନଟରାଜନଙ୍କ ପ୍ରଥମ ୱିକେଟ୍ ଥିଲା। ଏହା ପରେ ଶାର୍ଦ୍ଦୁଲ ଠାକୁର (Shardul Thakur) ଦୁଇଟି ୱିକେଟ୍ ନେଇଥିଲେ।

PharmEasy Flat 18% OFF on your first medicine order! Use Code G18

ଭାରତୀୟ ଇନିଂସରେ ଅଧିନାୟକ ବିରାଟ କୋହଲି (Virat Kohli), ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏବଂ ରବିନ୍ଦ୍ର ଜାଡେଜା (Ravindra Jadeja) ଚମତ୍କାର ପାଳି ଖେଳିଥିଲେ। ଷଷ୍ଠ ୱିକେଟ୍ ପାଇଁ ପାଣ୍ଡ୍ୟା ଏବଂ ଜାଡେଜା ୧୫୦ ରନ୍ ସହଭାଗୀତା ସହ ଭାରତୀୟ ଇନିଂସ ଆଗକୁ ନେଇଥିଲେ। ଏହି ସହଭାଗିତା ଯୋଗୁଁ ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୩୦୨ ରନ୍ ସଂଗ୍ରହ କରିଥିଲା। ଦଳ ପାଇଁ ପାଣ୍ଡ୍ୟା ସର୍ବାଧିକ ୯୨ ଓ ଜାଡେଜା ୬୭ ରନର ଅପରାଜିତ ଇନିଂସ ଖେଳିଥିଲେ।

Flipkart Offer : Get upto 30% off on Best Selling Laptops

କୋହଲି ନିଜର ୬୦ ତମ ODI ଅର୍ଦ୍ଧଶତକ କ୍ୟାରିୟର ସ୍କୋର କରି ୬୩ ରନ କରିଥିଲେ। ପାଣ୍ଡ୍ୟାଙ୍କ ଷଷ୍ଠ ଏବଂ ଜାଡେଜାଙ୍କ ୧୩ତମ ଅର୍ଦ୍ଧଶତକ ଥିଲା। ଅଷ୍ଟ୍ରେଲିଆ ପାଇଁ ଆଷ୍ଟନ୍ ଏଗର୍ ସର୍ବାଧିକ ୨ୱିକେଟ୍ ନେଇଥିଲେ।

[amazon_auto_links id=”9932″]

Share this: