Angul Covid19: ଅନୁଗୋଳରୁ ପୁଣି ଆଜି ୧୧୯ ଜଣ କରୋନା ପଜିଟିଭ ଚିହ୍ନଟ,ତାଳଚେର ଅଞ୍ଚଳରୁ ସର୍ବାଧିକ ୪୯

Share this:

ଅନୁଗୋଳ(ମହିମା ଲାଇଭ ବ୍ୟୁରୋ): ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୧୧୯ ଜଣ ନୂଆ କରୋନା ପଜିଟିଭ (Covid-19) ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଞ୍ଚଳରୁ ୩୭ ଜଣ, ତାଳଚେର ପୌରାଞ୍ଚଳରୁ ୧୨ ଜଣ,  ଅନୁଗୋଳ ପୌରାଞ୍ଚଳରୁ ୧୯ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୫ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧୪ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୭ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୬ ଜଣ, ପାଲଲହଡା ବ୍ଳକ୍ ଅଞ୍ଚଳରୁ ୪ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୨ ଜଣ ଓ କଣିହାଁ ବ୍ଳକ୍ ଅଞ୍ଚଳରୁ ଜଣେ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିଛନ୍ତି।

ଖୁସି ଖବର, ଆଜି ଜିଲ୍ଲାରୁ ୨୫୮ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ କୋଭିଡ ହସପିଟାଲରୁ, ୪ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୨୨୯ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read: Odisha Covid19: ଆଜି ରାଜ୍ୟରେ ପୁଣି ୪୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୃତ୍ୟୁସଂଖ୍ୟା ୯୦୭

Share this: