Weather Report Odisha: ଆସନ୍ତା ୨୧ରୁ ବର୍ଷା, ମିଳିବ ତାତିରୁ ମୁକ୍ତି

Share this:

ଭୁବନେଶ୍ଵର: Weather Report Odisha ଆଗାମୀ ୨ ଦିନ ପାଗ ଶୁଖିଲା ରହିବ। ଏହି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ। ରାଜ୍ୟରେ ବଙ୍ଗୋପସାଗର ଅଞ୍ଚଳରୁ ଜଳୀୟ ବାଷ୍ପପୂର୍ଣ୍ଣ ଶୀତଳ ବାୟୁର ପ୍ରବେଶ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିପରି ଆସନ୍ତା ୨୧ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକି ତପମାତ୍ରାରୁ ଟିକେ ମୁକ୍ତି ମିଳିବ।

Share this:

Leave a Reply

Your email address will not be published. Required fields are marked *