Odisha Covid-19: ଆଜି ରାଜ୍ୟରେ ୧୫୦୪ ଜଣ କରୋନାରୁ ସୁସ୍ଥ
ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୫୦୪ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୨୪୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୨୭ ଜଣ, କଟକରୁ ୧୨୨ ଜଣ, ଅନୁଗୋଳରୁ ୭୬ ଜଣ, ବରଗଡ଼ରୁ ୬୮ ଜଣ, ଯାଜପୁରରୁ ୩୪ ଜଣ, ମୟୁରଭଞ୍ଜରୁ ୯୩ ଜଣ, ଭଦ୍ରକରୁ ୩୧ ଜଣ, ବାଲେଶ୍ଵରରୁ ୩୫ ଜଣ, ଢେଙ୍କାନାଳରୁ ୩୪ ଜଣ, ପୁରୀରୁ ୭୨ ଜଣ, ଜଗତସିଂପୁରରୁ ୫୯ ଜଣ, ରାୟଗଡାରୁ ୬ ଜଣ, ଗଞ୍ଜାମରୁ ୧୭ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୭ ଜଣ, ନୟାଗଡରୁ ୩୬ ଜଣ, ସୋନପୁରରୁ ୧୮ ଜଣ, ବଲାଙ୍ଗୀରରୁ ୭୫ ଜଣ, ସୁନ୍ଦରଗଡରୁ ୧୩୯ ଜଣ, ଝାରସୁଗୁଡାରୁ ୫୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪ ଜଣ, କେନ୍ଦ୍ରାପଡା ୫୭ ଜଣ, କୋରାପୁଟରୁ ୨୮ ଜଣ, କେଉଁଝରରୁ ୪୪ ଜଣ, କନ୍ଧମାଳରୁ ୧୩ ଜଣ, ନୂଆପଡ଼ାରୁ ୭୬ ଜଣ, କଳାହାଣ୍ଡିରୁ ୩୭ ଜଣ, ମାଲକାନଗିରି ଜିଲ୍ଲାରୁ ୬୦ ଜଣ, ଦେଓଗଡରୁ ୬ ଜଣ,ଗଜପତି ଜିଲ୍ଲାରୁ ୫ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।
Also Read| Corona Virus: ଭାରତରେ କରୋନା ଭୂତାଣୁ ଆରୋଗ୍ୟ ହାର ୯୩ ପ୍ରତିଶତ
[amazon_auto_links id=”9939″]