Kalahandi News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ତିନୋଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

Share this:

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କଳାହାଣ୍ଡି (Kalahandi) ଜିଲ୍ଲା ଜୟପାଟଣା ବ୍ଲକର ବାନେର୍‍ ଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ (Indravati Electricity Project) କୁ ଲୋକର୍ପିତ କରିଛନ୍ତି। ଏହା ଦ୍ୱାରା ଜୟପାଟଣା, କଲମପୁର ଓ କୋକସରା ଅଞ୍ଚଳର ପ୍ରାୟ ୩୦ହଜାର ଲୋକ ଉପକୃତ ହେବେ।

ଏହି ଅବସରରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଉନ୍ନତମାନର ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା ବିଜୁଳି କାଟ୍‍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ବିଶେଷଭାବେ ଉପକୃତ ହେବେ। ଆଗାମୀ ଦିନରେ ଜିଲ୍ଲାର

ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବା ସମ୍ପ୍ରସାରଣ କରାଯିବ। ଏହି ଗ୍ରୀଡ୍‍ ଦ୍ୱାରା କଳାହାଣ୍ଡିବାସୀ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ଶକ୍ତି ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ। ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି।

ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (Dibyashanakr Mishra) ଏହି ଅବସରରେ ଉଦ୍‍ବୋଧନ ଦେଇ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆସିଛି। ବିଜୁ ଏକ୍ସପ୍ରେସ ୱେ ଦ୍ୱାରା କଳାହାଣ୍ଡିରେ ଶିଳ୍ପ କ୍ଷେତ୍ରରେ ବିକାଶ ହୋଇପାରିବ।

ବିରୋଧୀ ଦଳର ନେତା  ପ୍ରଦୀପ୍ତ ନାୟକ (Pradipta Nayak) ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

Also Read: Mahanadi: ମହାନଦୀ ଉପରେ ଦୁଇଟି ସେତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ,ଦେଢ ଲକ୍ଷ ଲୋକ ହେବେ ଉପକୃତ

Share this:

One thought on “Kalahandi News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ତିନୋଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

Comments are closed.