Covid-19: ଆଜି ରାଜ୍ୟରୁ ୩୫ ଜଣଙ୍କ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ  (Corona Virus) ଜନିତ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ କରୋନାରେ ଜୀବନ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା୨ ହଜାର ୫୮୪କୁ ବୃଦ୍ଧି ପାଇଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଅନୁଗୁଳ ଓ ଖୋର୍ଦ୍ଧାରୁ ୫ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ନବରଙ୍ଗପୁର ଓ ସୁନ୍ଦରଗଡରୁ ୪, କେନ୍ଦ୍ରାପଡାରୁ ୩ ଜଣ, ଝାରସୁଗୁଡା, କଳାହାଣ୍ଡି ଓ କୋରାପୁଟରୁ ୨ ଜଣ ଲେଖାଏଁ, ରାୟଗଡା, ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂପୁର, କେଉଁଝର ଓ ନୟାଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Also Read | Corona:ରାଜ୍ୟରୁ ଆଜି ପୁଣି ୧୧ହଜାର ୬୨୩ ସଂକ୍ରମିତ ଚିହ୍ନଟ

Share this: