Covid Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ରେ ଆଜି ପୁଣିଥରେ ବଢିଛି କରୋନା (Covid-19) ସଂକ୍ରମିତ।  ଜିଲ୍ଲାରୁ ଆଜି ନୂଆ ୭୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୬୪ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରଗଡିସାହି, ଗୁଡିଆନାଳି ଏବଂ ଦେଉଳସାହିରୁ ୩ଜଣ ଜଣେ ଲେଖାଏଁ ଅଛନ୍ତି। ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୧୪ଜଣଙ୍କ ମଧ୍ୟରୁ ମାନିପୁରରୁ ୪ଜଣ ଅଛନ୍ତି।

ଓଡାପଡା ବ୍ଲକ (Odapada Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସିମିନଇରୁ ୭ଜଣ ଏବଂ ବେଶାଳିଆରୁ ଜଣେ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି।  କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୬ଜଣ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକରୁ ୫ଜଣ ଚିହ୍ନଟଙ୍କ ମଧ୍ୟରୁ କୁଆଳୁରୁ ୪ଜଣ ଏବଂ କଙ୍କିଳିରୁ ଜଣେ ଅଛନ୍ତି।   

ହିନ୍ଦୋଳ ବ୍ଲକ (Hindol Block) ରୁ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବୁହାଳିପାଳ, କଂସରା, ବାଲିମି ଏବଂ ବରଡ଼ାପାଳରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NAC ରୁ ଜଣେ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଅଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୩୮୪ ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୪ ହଜାର ୫୩୨ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୧୭୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୩୯୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୨୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Odisha:ଆଜି ରାଜ୍ୟରୁ ନୂଆ ୩୪୦୮ ଜଣ Covid ପଜିଟିଭ ଚିହ୍ନଟ,ମୋଟ ୯ ଲକ୍ଷ ପାର

Share this: