Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ଆଉ ୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୫୬ଜଣ କରୋନା ସଂକ୍ରମିତ (Covid-19) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୫ ଏବଂ ହସ୍ପିଟାଲରୁ ୨୧ଜଣ ଚିହ୍ନଟ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବାହାଲୁଣ୍ଡାରୁ ୨ଜଣ ଥିବାବେଳେ ନୂଆକୋଟ, ରଞ୍ଜାଗୋଳ, କଂସରା, ହାତୁରା, ନୂଆବଗ, ଖଣ୍ଡିତିରି, ପାଟଲା, ଈଶ୍ଵରପାଳ, ଗୋବିନ୍ଦପୁର, ବାଲିମି, ନୂଆବଗ  ଏବଂ ବାଉଁଶପୋଖରୀରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୩ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଞ୍ଜକାନ୍ତରୁ ୨ଜଣ, ଲକ୍ଷ୍ମୀବଜାର, ଚନ୍ଦନ ବଜାର, କଣ୍ଟାନାଳି, ମହାବୀର ବଜାର, କାଞ୍ଚନ ବଜାର ଏବଂ ହାଉସିଂବୋର୍ଡରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar) ବ୍ଲକରୁ ଚିହ୍ନଟ ୭ଜଣଙ୍କ ମଧ୍ୟରୁ ନଧନପୁର ୨ଜଣ ଥିବାବେଳେ କଙ୍କଡାପାଳ, ରେଗେଡ଼ା, ବିରଡିଆ, ମାନିପୁର ଏବଂ ସପ୍ତଶଯ୍ୟାରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର NAC ରୁ ୫ଜଣ, ଓଡାପଡା ବ୍ଲକରୁ ୪ଜଣ, ପର୍ଜଙ୍ଗ ବ୍ଲକରୁ ୪ଜଣ,  ଗଁଦିଆ ବ୍ଲକ (Gondia Block) ରୁ ଜଣେ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar Block) ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଭୁବନ ବ୍ଲକରୁ ୨ଜଣ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୬ଜଣ ଅଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୫୬ ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୩୩ ହଜାର ୧୪୮ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୯୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୩୧୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୨୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୮ ରେ ପହଞ୍ଚିଛି। 

[amazon_auto_links id=”9932″]

Also Read | Odisha Matric Result:ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ୯୭.୮୯ ପ୍ରତିଶତ ପାସ୍, ଛାତ୍ରୀମାନେ ଆଗରେ

Share this: