Odisha:ପୋଷଣୀୟ କୃଷି ଲାଗି ୪ ବର୍ଷରେ ଓଡ଼ିଶାକୁ ମିଳିଛି ୭.୭୫ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ନୂଆଦିଲ୍ଲୀ: ଜାତୀୟ ମିଶନ (National Mission) ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ (Nutritious) କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)।

ଏହି ଆର୍ଥିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର (Nareendra Sing Tomar )ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ଜଳବାୟୁ ପରିବର୍ତ୍ତନ ପ୍ରଭାବ, ପ୍ରାକୃତିକ ସମ୍ପଦର ସୁରକ୍ଷା, ଜୀବିକା ନିର୍ବାହ ଏବଂ ଓଡିଶା ସମେତ ଦେଶର ଜଙ୍ଗଲ ବାସିନ୍ଦା, ଜନଜାତି ଏବଂ ଗରିବ ଲୋକଙ୍କ ନିକଟରେ ବିକାଶ ପହଞ୍ଚିବା ପାଇଁ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

Also Read |Cinema Hall SOP: ନୂତନ ନିୟମ ସହିତ ଦେଶର ସମସ୍ତ ସିନେମା ହଲ୍ ଏବଂ ମଲ୍ଟିପ୍ଲେକ୍ସ ଅକ୍ଟୋବର ୧୫ ରୁ ଖୋଲିବ, SOP ଜାରି

Share this: