Mann Ki Baat: କୃଷକ ସଶକ୍ତ ହେଲେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ‘ମନ କି ବାତ’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Share this:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi ) ରବିବାର ଆଜି ‘ମନ କି ବାତ୍ ‘ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଗ୍ରାମ, କୃଷକ ତଥା ଦେଶର କୃଷି କ୍ଷେତ୍ର ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’ର ଆଧାର।

ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶର କୃଷିକ୍ଷେତ୍ର, କୃଷକ ଓ ଗ୍ରାମବାସୀ ହେଉଛନ୍ତି ଆତ୍ମନିର୍ଭର ଭାରତର ଭିତ୍ତିଭୂମି। ସେ କହିଛନ୍ତି, ଏଭଳି ସଙ୍କଟଜନକ ସମୟରେ ମଧ୍ୟ କୃଷିକ୍ଷେତ୍ର ଖୁବ୍‍ ଭଲ ପ୍ରଦର୍ଶନ କରିଛି। ଗତ କିଛି ମାସ ମଧ୍ୟରେ କୃଷକମାନେ ନିଜକୁ ବିଭିନ୍ନ କଟକଣାରୁ ମୁକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କୃଷକମାନେ ସେମାନଙ୍କ ଉତ୍ପାଦିତ ଖାଦ୍ୟଶସ୍ୟ, ଫଳ,ପନିପରିବା ଆଦି ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିଙ୍କୁ ବିକ୍ରୟ କରିପାରିବେ।

Also Read: Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ

ହରିୟାଣା, ମହାରାଷ୍ଟ୍ର ଏବଂ ଗୁଜୁରାଟର କେତେକ ସଫଳ କୃଷକ ଏବଂ କୃଷକ ଗୋଷ୍ଠୀ ବିଷୟରେ ମୋଦୀ କହିଛନ୍ତି ଯେ ଅତୀତରେ କୃଷି କ୍ଷେତ୍ର ଅନେକ ପ୍ରତିବନ୍ଧକରୁ ନିଜକୁ ମୁକ୍ତ କରିଛି। ହରିୟାଣାର ସୋନେପାଟ ଜିଲ୍ଲାର କୃଷକ କନୱର ଚୌହାନ୍‍ଙ୍କ ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି, ଦିନ ଥିଲା, ଶ୍ରୀ ଚୌହାନ ତାଙ୍କଦ୍ୱାରା ଉତ୍ପାଦିତ ଫଳ ଓ ପନିପରିବା ମଣ୍ଡି ବାହାରେ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ୨୦୧୪ ମସିହାରେ ଫଳ ଓ ପନିପରିବା ବିକ୍ରୟକୁ କୃଷିଜାତ ଉତ୍ପାଦ ବଜାର କମିଟିରୁ ବାଦ୍‍ କରାଯାଇଥିଲା। ଏହାଫଳରେ ସେ ତାଙ୍କ ଉତ୍ପାଦିତ ଫଳ ଓ ପନିପରିବାକୁ କୌଣସି ସ୍ଥାନରେ ବିକ୍ରି କରିବାରେ ଆଉ ପ୍ରତିବନ୍ଧକ ରହିଲା ନାହିଁ।

Also Read: MSP: ୬ଟି ରବି ଫସଲ ଉପରେ ବଢିଲା ଏମଏସପି; ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ କହିଲେ ନିଷ୍ପତି ଐତିହାସିକ

କୃଷିକ୍ଷେତ୍ରରେ ଅଭିନବତାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମଣିପୁରର ବିଜୟ ଶାନ୍ତି ପଦ୍ମନାଡ଼ରୁ ସୂତା ତିଆରି କରିବାପାଇଁ ଏକ ନୂତନ ଷ୍ଟାର୍ଟ ଅପ୍‍ର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ତାଙ୍କର ଏହି ନୂତନ ଯନ୍ତ୍ରଟି ପଦ୍ମ ଚାଷ ଓ ବୟନ ଶିଳ୍ପ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, କାହାଣୀ କହିବାର କଳା ଆମ ଭାରତୀୟ ସଂସ୍କୃତିର ଏକ ଅଂଶ ହୋଇ ରହିଆସିଛି। ପ୍ରତି ପରିବାରରେ ବୟସ୍କ ବ୍ୟକ୍ତିମାନେ ପର ପିଢ଼ିକୁ କାହାଣୀ ଶୁଣାଇ ଥା’ନ୍ତି। ଏହି କାହାଣୀଗୁଡ଼ିକରୁ ପିଲାମାନେ ବହୁତ କିଛି ନୈତିକ ଶିକ୍ଷା, ଉତ୍ସାହ ଓ ଶକ୍ତି ପାଇଥା’ନ୍ତି। ଭାରତରେ ହିତୋପଦେଶ ଓ ପଞ୍ଚତନ୍ତ୍ର (Panchatantra) ଭଳି ବହୁ କାହାଣୀ ରହିଛି, ଯାହା ଜ୍ଞାନରେ ଭରପୂର। ପ୍ରତ୍ୟେକ ପରିବାର ସପ୍ତାହରେ ଗୋଟିଏ ଦିନ ଏକାଠି ହୋଇ ଗୋଟିଏ ବିଷୟ ଉପରେ କାହାଣୀ କହିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।

ଅକ୍ଟୋବର ୨ ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ପ୍ରେରଣାଦାୟକ ଦିନ ବୋଲି ବର୍ଣ୍ଣନା କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦିନ ମହାତ୍ମାଗାନ୍ଧି (Mahatma Gandhi ) ଓ ଲାଲ୍‍ ବାହାଦୁର ଶାସ୍ତ୍ରୀ (Lal Bahadur  Shastri) ଙ୍କୁ ଆମେ ସମସ୍ତେ ମନେ ପକାଇବା।

Also Read:

Farmer Bills: କୃଷି ବିଲକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ

Share this: