Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ

Share this:

ନୂଆଦିଲ୍ଲୀ: କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ବିଲ୍‍ ୨୦୨୦ (Agreement of Price Assurancand Farm Services Bill, 2020)  ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି। ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ପ୍ରବଳ ଉତ୍ତେଜନା ମଧ୍ୟରେ କୃଷି ସମ୍ବନ୍ଧୀୟ ଦୁଇଟି ବିଲ୍ ଅନୁମୋଦନ ହୋଇଛି। ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି।

ଏହି ଦୁଇଟି ବିଲ୍‍ ଯୋଗୁଁ କୃଷକମାନଙ୍କ ଉତ୍ପାଦ ପାଇଁ କ୍ରେତାଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ଲକ୍ଷ୍ୟରଖାଯାଇଛି। ଏହି ବିଲ୍‍ ମାଧ୍ୟମରେ କୃଷକମାନେ ବିନା ଲାଇସେନ୍ସରେ ମୁକ୍ତଭାବରେ ସେମାନଙ୍କ ଉତ୍ପାଦ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ସେମାନଙ୍କ ଉତ୍ପାଦଗଚ୍ଛିତ ରଖିବା ପାଇଁ କୌଣସି ନିର୍ଦ୍ଧାରିତ ସୀମା ମଧ୍ୟ ରହିବ ନାହିଁ। ଏହାଦ୍ୱାରାସେମାନେ ସେମାନଙ୍କ ଉତ୍ପାଦର ଉଚିତ୍‍ ମୂଲ୍ୟ ପାଇପାରିବେ। ଚଳିତବର୍ଷ ଜୁନ୍‍ ମାସରେ କେନ୍ଦ୍ର ସରକାର ଆଗତ କରିଥିବା ଦୁଇଟି ଅଧ୍ୟାଦେଶ ସ୍ଥାନରେ ଏହି ବିଲ୍‍ ଆଗତ ହୋଇଛି। କୃଷକଙ୍କ ଉତ୍ପାଦ, ବାଣିଜ୍ୟ ଓ ବ୍ୟବସାୟ ପ୍ରୋତ୍ସାହନ ଓ ସୁବିଧା ପ୍ରଦାନ ବିଲ୍‍ ୨୦୨୦ କୃଷିଜାତ ଉତ୍ପାଦ ବଜାର କମିଟି ପରିସର ବାହାରେ ମଧ୍ୟ କୃଷକମାନଙ୍କୁ ଆନ୍ତଃରାଜ୍ୟ ତଥା ଅନ୍ୟ ରାଜ୍ୟଗୁଡ଼ିକରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ସୁଯୋଗ ପ୍ରଦାନ କରିବ।

 ଏହି ବିଲ୍‍ ଅନୁଯାୟୀ ରାଜ୍ୟ ସରକାରମାନେ କୃଷିଜାତ ଉତ୍ପାଦ ବଜାର କମିଟି ପରିସର ବାହାରେ କୌଣସି ବଜାର ଶୁଳ୍କ କିମ୍ବା ସେସ ଆଦାୟ କରିପାରିବେ ନାହିଁ। କୃଷକ ସଶକ୍ତିକରଣ ଓ ସୁରକ୍ଷା ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ବିଲ୍‍ ୨୦୨୦ ଉତ୍ପାଦନ ପୂର୍ବରୁ ଜଣେ କୃଷକ ଓ କ୍ରେତା ମଧ୍ୟରେ ଏକ ରାଜିନାମା ମାଧ୍ୟମରେ ଚୁକ୍ତିଭିତ୍ତିକ କୃଷି ପାଇଁ ଢ଼ାଞ୍ଚା ପ୍ରସ୍ତୁତ କରିବ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଏହି ବିଲ୍‍କୁ ଆଗତ କରି ଏହା ଏକ ଐତିହାସିକ ବିଲ୍‍ ବୋଲି କହିବା ସହ ଏହି ବିଲ୍‍ କୃଷକମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ସେ କହିଛନ୍ତି, କୃଷକମାନେ ପୂର୍ବରୁ ମୁକ୍ତଭାବେ କୌଣସି କ୍ରେତାଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିପାରୁନଥିଲେ ଏବଂ କୃଷିଜାତ ଉତ୍ପାଦ ବଜାର କମିଟି ଗୁଡ଼ିକ ସ୍ୱଚ୍ଛ ଭାବେ କାର୍ଯ୍ୟ କରୁ ନ ଥିଲା। ସେ କହିଛନ୍ତି,ଏହି ବିଲ୍‍ କୃଷକମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ନିର୍ଦ୍ଧାରିତ ଦର ଅନୁଯାୟୀ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସ୍ୱାଧୀନତା ଦେବ। ଏହି ବିଲ୍‍ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦର ଉଚିତ୍‍ ମୂଲ୍ୟ ଦେବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ପୂର୍ବଭଳି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ। ଚାଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

Also Read:

Agriculture Bills: ବିଜେପିକୁ ଘେରୁ ଘେରୁ ନିଜ ଜାଲରେ ଫସିଗଲା କଂଗ୍ରେସ, ଭିଡିଓ ଭାଇରାଲ

Share this: