Odisha School New Session: ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପଢ଼ାଯିବ ପୂର୍ବ କ୍ଲାସ୍‍ର ପାଠ

Share this:

ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ଦୁଇରୁ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ (Class 1 to Class 8) ଛାତ୍ରଛାତ୍ରୀମାନଙ୍କ ପାଇଁ ରିଭିଜନ୍‍ କ୍ଲାସ୍‍ (Revision Class ) କରାଯିବ। ଏହି ସମୟରେ ପୁରୁଣା କ୍ଲାସ୍‍ର ପାଠ ପଢ଼ାଯିବ ବୋଲି ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇବ। ସରକାରୀ (Government School), ସରକାରୀ ଅନୁଦାନପ୍ରାପ୍ତ (Government Aided School) ଓ ଘରୋଇ ସ୍କୁଲ୍‍ (Private School) ନିମନ୍ତେ ଏହି ନିୟମଲାଗୁ ହେବ।

ସୂଚନାଯୋଗ୍ୟ ପୂର୍ବରୁ କରୋନା ପାଇଁ ପାଠପଢ଼ା ବ୍ୟାହତ ହୋଇଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍‍ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଅନୁଯାୟୀ କରୋନା ଯୋଗୁଁ ପୂରା ଶିକ୍ଷାବର୍ଷ ପ୍ରଭାବିତ ହୋଇଛି। ଏହି ସମୟରେ ଛାତ୍ରଛାତ୍ରୀ ଶ୍ରେଣୀ କକ୍ଷରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନ୍‍ଲାଇନ୍‍ (Online) ପାଠପଢ଼ା ମଧ୍ୟ ସବୁଠାରେ ଫଳପ୍ରଦ ହୋଇପାରି ନାହିଁ। ସେହିଦୃଷ୍ଟିରୁ ରିଭିଜନ୍‍ କ୍ଲାସ୍‍ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଅପର ପକ୍ଷରେ ଏବେ ନବମରୁ ଦ୍ୱାଦଶ କ୍ଲାସ୍‍ ଚାଲିଛି। ତେଣୁ ଏହିସବୁ କ୍ଲାସ୍‍ର ପିଲାମାନେ ଅଫ୍‍ଲାଇନ୍‍ ପରୀକ୍ଷା (Offline Examination) ଦେବାରେ କୌଣସି ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

[amazon_auto_links id=”9939″]

Also Read | Covid19 New Strain: ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ୭ ଦିନ ପାଇଁ ହୋମ୍‍ କ୍ୱାରେଣ୍ଟାଇନ୍‍

Share this:

Leave a Reply

Your email address will not be published. Required fields are marked *