Odisha Teacher Recruitment: ବୟସ ଅତିକ୍ରାନ୍ତ ସିଟି ଏବଂ ବିଏଡ୍ ଡିଗ୍ରୀଧାରୀଙ୍କୁ ଆଉ ମିଳିବନି ସରକାରୀ ନିଯୁକ୍ତି
ଭୁବନେଶ୍ଵର:ରାଜ୍ୟର ଯେଉଁ ବିଦ୍ୟାଳୟ (School) ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭାବ ରହିଛି, ସମୀକରଣ ପ୍ରକ୍ରିୟା ମାଧ୍ୟମରେ ସେହି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ (Samir Ranjan Dash) ପ୍ରକାଶ କରିଛନ୍ତି।
ବିଜେପି (BJP) ବିଧାୟକ ମୋହନ ଚରଣ ମାଝୀ (Mohan Charan Majhi) ଙ୍କର ଆଦର୍ଶ ବିଦ୍ୟାଳୟ (Adarsh Vidyalaya) ଗଠନ ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ୨୦୨୦ରେ ୧୦୦ଟି ଉଚ୍ଚବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଏହି ବିଦ୍ୟାଳୟଗୁଡିକର ଭିତ୍ତିଭୂମି ଓ ମାନବ ସମ୍ବଳର ଆବଶ୍ୟକତାକୁ ଆକଳନ କରି ଏଗୁଡିକୁ ପୂରଣ କରିବାପାଇଁ ପଦକ୍ଷେପ ନିଆଯାଉଛି।
ସେହିପରି କଂଗ୍ରେସ (Congress) ବିଧାୟକ ସୁରେଶ କୁମାର ରାଉତରାୟ (Suresh Kumar Routray) ଙ୍କ ସିଟି (CT) ଏବଂ ବିଏଡ୍ (B.Ed) ଡିଗ୍ରୀଧାରୀଙ୍କୁ ନିଯୁକ୍ତି ସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗୃହକୁ ଜଣାଇଛନ୍ତି, ଏହି ଡିଗ୍ରୀଧାରୀ ପ୍ରଶିକ୍ଷିତ ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ରୂପେ ନିଯୁକ୍ତି ପ୍ରଦାନ କରାଯାଉଛି। ଯେଉଁ ପ୍ରାର୍ଥୀଙ୍କ ବୟସ ଅତିକ୍ରମ କରିଗଲାଣି, ସେମାନଙ୍କୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଁ ସରକାରୀ ସ୍ତରରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
[amazon_auto_links id=”10233″]
Also Read | Covid-19 Odisha Updates: ରାଜ୍ୟରେ ୨୦ଜିଲ୍ଲାରୁ ୮୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ