Working Hours In India: ବର୍ତ୍ତମାନ ସପ୍ତାହକୁ ହେବ କେତେଦିନ କାର୍ଯ୍ୟଦିବସ, କର୍ମଚାରୀଙ୍କ କାର୍ଯ୍ୟ କରିବାର ସମୟରେ ବଡ ପରିବର୍ତ୍ତନ
ନୂଆଦିଲ୍ଲୀ: ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ସ୍ଥିତି ସଂହିତା (Code) ୨୦୨୦ରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ ଶ୍ରମିକ କର୍ମଚାରୀଙ୍କ ନିରାପତ୍ତା (Safety), ସ୍ୱାସ୍ଥ୍ୟ (Health) ଓ କାର୍ଯ୍ୟକାରୀ ସ୍ଥିତିରେ ଦୈନିକ ଏବଂ ସାପ୍ତାହିକ କାର୍ଯ୍ୟକାରୀ ସମୟ ଏବଂ ଛୁଟି (Leave) ଆଦିର ବ୍ୟବସ୍ଥା ରହିଛି।
ଏହି ସଂହିତା ୨୦୨୦ ସେପ୍ଟେମ୍ବର ୨୯ ତାରିଖରେ ପ୍ରକାଶିତ ହୋଇଥିଲା। କେନ୍ଦ୍ର ସରକାର (Central Government) ଯେବେ ବିଜ୍ଞପ୍ତି ପ୍ରକାଶ କରିବେ ସେହିଦିନ ଠାରୁ ତତ୍କାଳ ତାହା କାର୍ଯ୍ୟକାରୀ ହେବ। ଏହି ଶ୍ରମ ସଂହିତା ଅନୁସାରେ କୌଣସି ଶ୍ରମିକ ବା କର୍ମଚାରୀ (Employee) ଯେକୌଣସି ସଂସ୍ଥାରେ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ। ସେହିପରି ସପ୍ତାହରେ ସେମାନଙ୍କୁ ସର୍ବମୋଟ ୪୮ ଘଣ୍ଟା କାମ କରିବାକୁ ପଡିବ।
ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏ ସଂକ୍ରାନ୍ତ ଚିଠା ଅଧ୍ୟାଦେଶ (Bill) ଉପରେ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାଧ୍ୟମରେ ସଂଶୋଧନ ପ୍ରସ୍ତାବମାନ ପାଇଛନ୍ତି। ଏହିସବୁ ପ୍ରସ୍ତାବରେ ୧୯୪୮ର କାରଖାନା ଆଇନ (Factories Act 1948), ଯାହା ଏବେ ପ୍ରଚଳିତ, ତାହାକୁ ସଂଶୋଧନ କରିବାକୁ ପ୍ରସ୍ତାବ ଆସିଛି। ସେହିଭଳି ୧୯୪୮ର କାରଖାନା ଆଇନ ଅନୁସାରେ ଦୈନିକ କାର୍ଯ୍ୟ କରିବାର ସମୟକୁ ମଧ୍ୟ ବଢାଇବା ପାଇଁ କିଛି ରାଜ୍ୟ ପ୍ରସ୍ତାବ ଦେଇଛନ୍ତି। ତେବେ ମନ୍ତ୍ରଣାଳୟ କୌଣସି ପରିସ୍ଥିତିରେ ଦୈନିକକାର୍ଯ୍ୟ କରିବାର ସମୟକୁ ଅଧିକ ବୃଦ୍ଧି କରିବାକୁ ରାଜି ହୋଇନାହାନ୍ତ। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (Independent ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏହି ତଥ୍ୟ ପ୍ରଦାନ କରିଛନ୍ତି।
[amazon_auto_links id=”9939″]
Also Read | Covid19 Latest Updates: କରୋନା କଟକଣା, ଏହି ଜିଲ୍ଲାରେ ୪ରୁ ଅଧିକ ଲୋକ ଏକାଠି ହେବା ମନା