OPSC ASO Final Result 2022: ଏଏସ୍‌ଓ ଫାଇନାଲ ରେଜଲ୍ଟରେ ରହିତାଦେଶ

Share this:

କଟକ: OPSC ASO Final Result 2022 ଏଏସଓ ପରୀକ୍ଷା ବିବାଦ ଦିନକୁ ଦିନ ବଢୁଛି। ଆଜି ଶୁକ୍ରବାର ଏଏସ୍‌ଓ ପରୀକ୍ଷାକୁ ନେଇ ଆଜି ଏକ ବଡଖବର ଆସିଛି। ଚୂଡ଼ାନ୍ତ ପରୀକ୍ଷାଫଳକୁ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟ (Orissa High Court) ଙ୍କ ରାୟ ପ୍ରକାଶ ପାଇଛି। ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରହିତାଦେଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ବର୍ତ୍ତମାନ କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ହୋଇପାରିବ ନାହି ବୋଲି ଓପିଏସସିକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ହାଇକୋର୍ଟ OPSC ASO Final Result 2022 ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରହିତାଦେଶ ଲଗାଇଛନ୍ତି। କିନ୍ତୁ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ OPSC କୁ ନିର୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ବେଳେ ଆଡ଼ଭୋକେଟ ଜେନେରାଲ ଏବଂ ଓପିଏସସି କର୍ତ୍ତୃପକ୍ଷ ଯେଉଁ ଯୁକ୍ତି ରଖିଥିଲେ ତାହାକୁ କୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି। ଓପିଏସ୍‌ସି ନିୟମ- ୬ (OPSC Act-6) ଅନୁସାରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତ ରଖାଯାଇଥିଲା। ଏହା ଆସନ୍ତା ଚଳିତ ଡିସେମ୍ବର ୪ ତାରିଖରେ ହେବ ବୋଲି ସୂଚନା ରହିଛି। ଆସନ୍ତା ୨୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି।

Advisement

amazon-smart-watch-sales

ସୂଚନାଯୋଗ୍ୟ ଏଏସଓ ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଳା। ମୂଲ୍ୟାୟନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନେକ ପରୀକ୍ଷାର୍ଥୀ। ଓପିଏସସିକୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

Related Post | OPSC ASO Exam: ଏଏସଓ ପରୀକ୍ଷାରେ ହୋଇନି ଅନିୟମିତତା, ଅଭିଯୋଗ ଭିତ୍ତିହୀନ

Related Post | OPSC ASO ପରୀକ୍ଷା ରେଜଲ୍ଟକୁ ନେଇ ହାଇକୋର୍ଟ ଗଲେ ପରୀକ୍ଷାର୍ଥୀ

ପୂର୍ବରୁ ଏଏସଓ ପରୀକ୍ଷା ଖାତା ମୂଲ୍ୟାୟନ ନେଇ କୋର୍ଟରେ ହୋଇଥିବା ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ଏନେଇ ଓପିଏସସି ଅଧ୍ୟକ୍ଷ ସ୍ପଷ୍ଟୀକରଣ ଦେଇଥିଲେ। ପରୀକ୍ଷାରେ କିମ୍ବା ଉତ୍ତରଖାତା ମୂଲ୍ୟୟାନରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ପ୍ରେସ ରିଲିଜ କରି କହିଥିଲେ। ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ।

Read Also | Old Vehicles Odisha: ରାସ୍ତାରେ ଆଉ ଗଡ଼ିବନି ୧୫ର ପୁରୁଣା ଗାଡି, ନୂଆଗାଡ଼ି ପାଇଁ ମିଳିବ ରିହାତି

You Might Also Like It

Share this:

Leave a Reply

Your email address will not be published. Required fields are marked *