Odisha Assembly: ନୟାଗଡ଼ ନାବାଳିକା କନ୍ୟା ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମ୍‍ବ୍ରାଞ୍ଚ କରିବ: ଗୃହରାଷ୍ଟ୍ର ମନ୍ତ୍ରୀ

Share this:

ଭୂବନେଶ୍ଵର: ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ (Assembly Winter Session) ର ଷଷ୍ଠ ଦିବସରେ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଛି। କରୋନା (Corona) ସମୟରେ ତିନି ମାସ ପାଇଁ କାମ କରାଇବା ପରେ ଏଏନଏମ ମାନଙ୍କୁ ଛଟେଇ କରାଯିବା ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ହୋଇଛି।

ସେମାନଙ୍କୁ ଛଟେଇ ନ କରି ସେମାନଙ୍କୁ କମ ପାରଶ୍ରମିକରେ ହେଲେ ମଧ୍ୟ କାମରେ ରଖାଯାଉ ବୋଲି ବିରୋଧୀ ଦଳର ବିଧାୟକ ମାନେ ଦାବି କରିଛନ୍ତି। ଶୂନ୍ୟକାଳରେ ବିଭିନ୍ନ ଦଳର ସଦସ୍ୟ ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ପ୍ରସଙ୍ଗ ଉତ୍‍ଥାପନ କରିଥିଲେ। ଶୂନ୍ୟକାଳ ପରେ ମୁଲତବି ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସୀମା ବିବାଦ ସମ୍ପର୍କିତ ଆଲୋଚନା ଆରମ୍ଭ କରି ସରକାର ପଡୋଶୀ ରାଜ୍ୟମାନଙ୍କରୁ ଓଡ଼ିଶାକୁ ଜୋର୍‍ ଜବରଦସ୍ତ ପ୍ରବେଶ ଉପରେ ଉଦ୍‍ବେଗ ପ୍ରକାଶ କରିବା ସହ ସରକାର ଏଥିନେଇ ସତର୍କ ରହିବା ଦରକାର ବୋଲି କହିଥିଲେ। ବିରୋଧି ଦଳର ନେତା ପ୍ରଦୀପ୍ତ ନାୟକ ସୀମାବିବାଦର ସ୍ଥାୟୀ ସମାଧାନ ନ ହେଲେ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରିଥିଲେ। କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ସୀମାବିବାଦର ସ୍ଥାୟୀ ସମାଧାନ ହେବା ଜରୁରୀ।

ତେବେ କଂଗ୍ରେସ ଦଳକୁ ବିଜେପି ତୁଳନାରେ କମ୍‍ ସମୟ କାହିଁକି ଦିଆଯାଉଛି ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ଶାସକ ଦଳର ସଭ୍ୟ କିଶୋର ମହାନ୍ତି ସୀମା ବିବାଦ ଉପରେ ଗଠନ ହୋଇଥିବା ଗୃହକମିଟିରେ ଅଧିକ ସଦସ୍ୟମାନଙ୍କୁ ସାମିଲ କରାଯାଉ ବୋଲି ଦାବି କରିଥିବାବେଳେ କେ.ନାରାୟଣ ରାଓ ସ୍ଥାୟୀ ସମାଧାନ ଗୁରୁତ୍ୱ ଆରୋପ କରିଥିଲେ। ଏ ନେଇ ରାଜସ୍ୱ ବି ର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ସରକାର ସୀମା ବିବାଦ ନେଇ ଯତ୍ନବାନ ଅଛନ୍ତି, ସୀମାବର୍ତ୍ତୀ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି।

ଅପରାହ୍‍ଣ ଅଧିବେଶନରେ ଗତକାଲି ସଚିବାଳୟ ରାସ୍ତାର ବିଧାନସଭା ଅଭ୍ୟର୍ଥନା କକ୍ଷ ସମ୍ମୁଖରେ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ଦମ୍ପତ୍ତି ତଥା ମୃତା ନାବାଳିକା ପରୀର ପିତାମାତା କିରୋସିନ୍‍ ଢ଼ାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥିଲେ। ସେ ବିଭିନ୍ନ ପ୍ରସଙ୍ଗନେଇ ଉତ୍ତର ରଖିବା ସହ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ରାଇମବ୍ରାଞ୍ଚ ବିଧିବଦ୍ଧ ଭାବେ ତଦନ୍ତ କରି ମାମଲା ଉପରେ ଆଇନ୍‍ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ଲୋକାୟୁକ୍ତ ନିୟମାବଳୀ ୨୦୨୦ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ କାଗଜ ଉପସ୍ଥାପନ ହୋଇଥିଲା। ବେସରକାରୀ ଦିବସ ଥିବାରୁ ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ୍‍ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଲ୍‍-୨୦୨୦ ଉପସ୍ଥାପନ କରିଥିଲେ। ସେହିପରି ବିରୋଧିଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ‘ହ୍ୱିସିଲ୍‍ ବ୍ଲୋୟସ୍‍ ପ୍ରୋଟେକ୍‍ସନ ବିଲ୍‍-୨୦୨୦’ ଗୃହରେ ପାରିତ ପାଇଁ ଉପସ୍ଥାପନ କରିଥିଲେ। ଏହାକୁ ବିରୋଧିଦଳ ଉପନେତା ବିଷ୍ଣୁଚରଣ ସେଠୀ ସମର୍ଥନ କରିବା ସହ ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା ପାଇଁ ବିଲ୍‍ ଉଦ୍ଦିଷ୍ଟ ବୋଲି ମତ ଉପସ୍ଥାପନ କରିଥିଲେ।

Also Read | Corona Virus Odisha: ରାଜ୍ୟରେ କମୁଛି କରୋନା ସଂକ୍ରମଣ

[amazon_auto_links id=”9939″]

Share this: