Lakshmi Vilas Bank: ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସହ ଡିବିଏସ ବ୍ୟାଙ୍କର ହେବ ମିଶ୍ରଣ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଲକ୍ଷ୍ମୀବିଳାସ ବ୍ୟାଙ୍କ ଲିମିଟେଡ (Lakshmi Vilas Bank Ltd) ସହ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (DBSIL) ମିଶ୍ରଣକୁ ଅନୁମୋଦନ କରାଯାଇଛି।

ଗତ ୧୭  ତାରିଖ ଦିନ ଜମାକାରୀମାନଙ୍କ ସ୍ଵାର୍ଥ ତଥା ବ୍ୟାଙ୍କର ଆର୍ଥିକ ସ୍ଥିତି ଓ ସ୍ଥାୟିତ୍ଵ ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆବେଦନ ତଥା ବ୍ୟାଙ୍କ ନିୟନ୍ତ୍ରଣ ଆଇନ ୧୯୪୯ ର ୪୫ ଧାରା ଅନୁସାରେ ଲକ୍ଷ୍ମୀବିଳାସ ବ୍ୟାଙ୍କର ନେଣ ଦେଣ କାର୍ଯ୍ୟକୁ ୩୦ ଦିନ ପାଇଁ ଅଚଳ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ସହ ଆଲୋଚନା ପରେ ଏଲଭିବିର ବୋର୍ଡ ନିର୍ଦ୍ଦେଶକମାନଙ୍କୁ ଉପେକ୍ଷା କରି ଜମାକାରୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଜଣେ  ପ୍ରଶାସକକୁ ନିଯୁକ୍ତି ଦେଇଥିଲା। ଜନସାଧାରଣ ଓ ଅଂଶିଦାରମାନଙ୍କ ଆପତ୍ତି ଅଭିଯୋଗ ତଥା ପ୍ରସ୍ତାବକ୍ରମେ ଆରବିଆଇ ବ୍ୟାଙ୍କର ସମିଶ୍ରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ସରକାରଙ୍କ ମଞ୍ଜୁରି ପାଇଁ ପଠାଇଥିଲା। ଏହା ଯଥେଷ୍ଟ ଆଗରୁ ପଠାଯାଇଥିଲା ଯାହାଫଳରେ କି ନେଣ ଦେଣ କାର୍ଯ୍ୟର କଟକଣା ଯୋଗୁଁ ଜମାକାରୀମାନଙ୍କ ଅର୍ଥ  ଉଠାଣ ନେଇ କୌଣସି ଅସୁବିଧା ହେବନାହିଁ। ଯୋଜନାର ଅନୁମୋଦନ କ୍ରମେ ଏଲଭିବି  ବ୍ୟାଙ୍କ ଡିବିଆଇଏଲରେ ବିଲୟ ହେବ ଏବଂ ଜମାକାରୀମାନେ ସେମାନଙ୍କ ଅର୍ଥ ଉଠାଣ ନେଇ କୌଣସି କଟକଣାର  ସମ୍ମୁଖୀନ ହେବେ ନାହିଁ।

ଡିବିଆଇଏଲ ଆରବିଆଇ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ଓ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି। ଡିବିଆଇଏଲର ଏକ ଉନ୍ନତ ବାଲାନ୍ସସିଟ (Balance Sheet) ଓ ମଜବୁତ ପୁଞ୍ଜି ହୋଇଛି। ସିଙ୍ଗାପୁରରେ ଏହାର ମୁଖ୍ୟାଳୟ ଥିବା ବେଳେ ଏହା  ଏସିଆ ମହାଦେଶର ଏକ ଅଗ୍ରଣୀ  ଅର୍ଥସେବା ଗ୍ରୁପ ଭାବେ ପରିଗଣିତ ହେଉଛି। ଏହି ମିଶ୍ରଣ ପରେ ଡିବିଆଇଏଲର ବାଲାନ୍ସସିଟ ମଜବୁତ ରହିବା ସହ ଏହାର  ଶାଖା ସଂଖ୍ୟା ୬୦୦ କୁ ବୃଦ୍ଧି ପାଇବ। ଏହିପରି ତୁରନ୍ତ  ସମିଶ୍ରଣ  ତଥା ସରକାରଙ୍କ  ଅଙ୍ଗୀକାରବଦ୍ଧତା ଯୋଗୁଁ ଏକ ସ୍ଵଚ୍ଛ ବ୍ୟାଙ୍କିଙ୍ଗ ସେବା ଦିଆଯିବା ସହ ଜମାକାରୀ ଓ ଜନସାଧାରଣଙ୍କର ସ୍ଵାର୍ଥ ରକ୍ଷା ମଧ୍ୟ ହୋଇପାରିବ।

Also Read | Corona Virus Odisha: ରାଜ୍ୟରେ କମୁଛି କରୋନା ସଂକ୍ରମଣ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *