Corona Virus Odisha: ରାଜ୍ୟରେ କମୁଛି କରୋନା ସଂକ୍ରମଣ

Share this:

ଭୁବନେଶ୍ଵର: ରାଜ୍ୟରେ କିଛି ଦିନ ହେବ କରୋନା (Corona Virus) ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟପୁଲରୁ ୭୩୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ଲକ୍ଷ ୧୬ହଜାର ୧କୁ ବୃଦ୍ଧି ପାଇଛି। ଗତକାଲି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୧୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୩୧୧ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ଗତକାଲି ମୟୁରଭଞ୍ଜରୁ ସର୍ବାଧିକ ୬୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୬୫, ସୁନ୍ଦରଗଡ଼ ୫୭, ବାଲେଶ୍ୱର ୫୩, କଟକ ୪୯ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଚିକିତ୍ସାଧୀନ ଅବସ୍ଥାରେ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୬ଶହ ୮୭କୁ ବୃଦ୍ଧି ପାଇଛି। ତେବେ ଗତକାଲି ୬୪୮ଜଣ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୩୭୪କୁ ବୃଦ୍ଧି ପାଇଛି। ରାଜ୍ୟରେ ସକ୍ରିୟ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୮୮୭ ରହିଛି।ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୮୫ ହଜାର ୮୬୦ଟି ନମୂନା ପରୀକ୍ଷା କରାଯାଇଛି।

Share this: