Old Vehicles Odisha: ରାସ୍ତାରେ ଆଉ ଗଡ଼ିବନି ୧୫ର ପୁରୁଣା ଗାଡି, ନୂଆଗାଡ଼ି ପାଇଁ ମିଳିବ ରିହାତି

Share this:

ଭୁବନେଶ୍ଵର: Old Vehicles Odisha: ରାସ୍ତାରେ ଆଉ ଗଡ଼ିବନି ୧୫ର ପୁରୁଣା ଗାଡି। ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି। ପୁରୁଣା ଗାଡି ପରିବେଶକୁ ପ୍ରଦୂଷିତ କରୁଛି।

ସୂଚନା ଅନୁସାରେ ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାଲାଗି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୧୫ ବର୍ଷ ପୂରଣ କରିଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ। ସ୍କ୍ରାପିଂ (Old Vehicles Odisha scrapping policy) କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏମିତି ନିଷ୍ପତ୍ତି କ୍ୟାବିନେଟ୍‍ ଦ୍ୱାରା ଗୃହୀତ ହୋଇଛି।

Advertisement

okaya battery scooty

ସୂଚନା ଅନୁସାରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଯାନଗୁଡିକ ନିର୍ଦ୍ଦିଷ୍ଟ ସ୍କ୍ରାପିଂ ସେଣ୍ଟରରେ ସ୍କ୍ରାପ୍ କରାଯିବ। ସ୍କ୍ରାପ୍ ହୋଇଥିବା ଗାଡି ବଦଳରେ, ଯଦି ଗାଡି ମାଲିକ ସମାନ ପ୍ରକାରର ଗାଡି କିଣିବାକୁ ଚାହାଁନ୍ତି, ତେବେ ସରକାର ମୋଟର ଯାନ ଟ୍ୟାକ୍ସରେ ରିହାତି ପ୍ରଦାନ କରିବେ। ଏଥିସହିତ ମାଲିକ କ୍ରୟ କରିଥିବା ନୂତନ ଯାନରେ ସରକାର ଏକ୍ସ ଶୋ’ରୁମ ମୂଲ୍ୟର ୬ ପ୍ରତିଶତ ସ୍କ୍ରାପ ମୂଲ୍ୟ ରିହାତି ପ୍ରଦାନ କରିବେ ବୋଲି ସରକାର ନିଷ୍ପତି ନେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ବିଧାନସଭା ଚାଲିଥିବାରୁ ତାହା ଘୋଷଣା କରାଯାଇ ନଥିଲା। ଆଜି ବିଧାନସଭାରେ କ୍ୟାବିନେଟ୍‍ ନିଷ୍ପତ୍ତି ସଂପର୍କରେ ଗୃହକୁ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି। ବିଧାନସଭା ଚାଲିଥିବାବେଳେ ରାଜ୍ୟ ସରକାର ସମସ୍ତ ଘୋଷଣା ଗୃହକୁ ପ୍ରଥମେ ଅବଗତ କରାଇବାର ପରମ୍ପରା ରହିଛି।

Read Also | Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

You Might Also Like It

Share this:

Leave a Reply

Your email address will not be published. Required fields are marked *