Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

Share this:

ଭୁବନେଶ୍ଵର: Odisha Budget 2022-23 ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି।

ଆଜି ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ (Odisha Budget 2022-23) ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଖର୍ଚ୍ଚ ୫୫.୫୪ କୋଟି ରହିଛି। ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ଵ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବଜେଟର ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଛି।

Advertisement

ସ୍ଵାସ୍ଥ୍ୟ ଯୋଜନା ପାଇଁ ଅତିରିକ୍ତ ୮୬୭ କୋଟି ଟଙ୍କା ବୟ ବରାଦ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୫୨୩ କୋଟି ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬କୋଟି ରହିଛି। ଗ୍ରାମୀଣ ସଂଯେଗୀକରଣ ପାଇଁ ୫୫୨ କୋଟି ରହିଛି। ଜଳସେଚନ ଓ ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୧୭୨ କଟ ରହିଛି। ଏସସି/ ଏସଟି ବିକାଶ ପାଇଁ ୪୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ରହିଛି। ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି ଟଙ୍କା ବୟ ବରାଦ କରାଯାଇଛି।

OPSC ଏବଂ SSC ଦ୍ଵାରା ପରୀକ୍ଷା ପରିଚାଳନା ପାଇଁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡକୁ ୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ST ଏବଂ SC ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ୪ କୋଟି ଟଙ୍କା ବ୍ୟୟବରାଦ ବଜେଟରେ ବ୍ୟବସ୍ତା କରାଯାଇଛି।

ସେହିପରି ମହଙ୍ଗା ଭତ୍ତା, ଜୁଡିସିଆଲ ଅଧିକାରୀଙ୍କ ବକେୟା ଦରମା, ନିୟମିତ ହୋଇଥିବା କର୍ମଚାରୀଙ୍କ ଦରମା ପାଇଁ ଖର୍ଚ୍ଚ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖରିଫରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍କୁଲ ବିଲ୍ଡିଂ, ସ୍ଵାସ୍ଥ୍ୟ କ୍ଷେତ୍ର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବ୍ୟୟ ବରାଦ କରାଯାଇଛି।

ଏଥିସହିତ ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (pmksy) ପାଇଁ ୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୃଷି ସମ୍ପ୍ରସାରଣ ଏବଂ ପ୍ରଯୁକ୍ତିବିଦ୍ୟା ଜାତୀୟ ମିଶନ ପାଇଁ ୫୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Read Also | Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

You Might Also Like It

Share this:

Leave a Reply

Your email address will not be published. Required fields are marked *