Road Accident Odisha: ସଡ଼କ ଦୁର୍ଘଟଣାରେ ୪ ମୃତ

Share this:

ଭୁବନେଶ୍ଵର: Road Accident Odisha ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଜାତୀୟ ରାଜପଥ-୧୬ରେ (NH-16) ସୁନେଇ ରୁପେଇ ପାହାଡ଼ ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍‍କୁ ବିଶାଖାପାଟଣା ଦିଗରୁ ପୁରୀ (Puri) ଅଭିମୁଖେ ଯାଉଥିବା ଏକ କାର୍‍ ଧକ୍କା ଦେଇଥିଲା (Road Accident Odisha)। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆନ୍ଧ୍ର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

Related Post | Old Vehicles Odisha: ରାସ୍ତାରେ ଆଉ ଗଡ଼ିବନି ୧୫ର ପୁରୁଣା ଗାଡି, ନୂଆଗାଡ଼ି ପାଇଁ ମିଳିବ ରିହାତି

ଦୁର୍ଘଟଣା ଘଟିଥିବା କାର୍‍ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Read Also | Padmapur Byelection : ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

You Might Also Like It

Advertisement

amazon sale bags
Share this:

Leave a Reply

Your email address will not be published. Required fields are marked *