Covid-19 Odisha Updates: ରାଜ୍ୟରେ ୨୦ଜିଲ୍ଲାରୁ ୮୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୦ଜିଲ୍ଲାରୁ ୮୨ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନଗୁଳରୁ ୨ଜଣ, ବାଲେଶ୍ଵରରୁ ୬ଜଣ, ବରଗଡ଼ରୁ ୭ଜଣ, ବଲାଙ୍ଗୀରିରୁ ୪ଜଣ,କଟକରୁ ୫ଜଣ, ଦେଓଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଜଗତସିଂପୁରରୁ ୨ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ,କେଉଁଝରରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ, ମୟୁରଭଞ୍ଜରୁ ୧୧ଜଣ,ନବରଙ୍ଗପୁରରୁ ୪ଜଣ, ନୂଆପଡ଼ାରୁ ୨ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୨ଜଣ, ସୁନ୍ଦରଗଡରୁ ୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୬ଲକ୍ଷ ୮୭ହଜାର ୧୩୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୮ହଜାର ୪୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୬ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୫  ହଜାର ୭୯୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୩୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this: