Covid19 India:ଦେଶରେ ୬୦ ଲକ୍ଷରୁ ଅଧିକ ସୁସ୍ଥ,୨୪ ଘଣ୍ଟାରେ ୯୧୮ ମୃତ

Share this:

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କରୋନା ଭାଇରସ (covid-19) ଦ୍ଵାରା ସଂକ୍ରମିତ ୮୯ ହଜାର ୧୫୪ ଲୋକ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଯାଇଛନ୍ତି। ଦେଶରେ କରୋନା ମହାମାରୀକୁ ପରାସ୍ତ କରିଥିବା ଲୋକଙ୍କ ସଂଖ୍ୟା ସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ରବିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯ ହଜାର ୧୫୪ ଲୋକ ସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ଏହା ପରେ ଦେଶରେ ଏହି ସାଂଘାତିକ କରୋନା ଜୀବାଣୁରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୬୦ ଲକ୍ଷ ୭୭ ହଜାର ୯୭୬ କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୭୪ ହଜାର ୩୮୩ ଲୋକ କୋଭିଡ -୧୯ ସଂକ୍ରମିତ ହୋଇଥିବା ନିଶ୍ଚିତ ହେବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ୫୩ ହଜାର ୮୦୭ କୁ ବୃଦ୍ଧି ପାଇଛି। ଗତ ରବିବାର ଠାରୁ ଦେଶରେ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୯୧୮ ରୋଗୀଙ୍କ ମୃତ୍ୟୁ ପରେ ଦେଶରେ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ୩୩୪କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ଦେଶରେ କରୋନାର ୮ ଲକ୍ଷ ୬୭ ହଜାର ୪୯୬ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ରୋଗର ସକ୍ରିୟ ହାର ୧୨.୮୫ ପ୍ରତିଶତ, ରୋଗମୁକ୍ତ ଅଛନ୍ତି ସେମାନଙ୍କ ହାର ହେଉଛି ୮୫.୮୧। ଦେଶରେ ମୃତ୍ୟୁ ହାର ୧.୫୪ ପ୍ରତିଶତ।

Also Read | Odisha Covid19: ଆଜି ନୂଆ ୨୫୪୬ ଜଣ କରୋନା ପଜିଟିଭ ଚିହ୍ନଟ, ୨ୟ ସ୍ଥାନରେ ଅନୁଗୋଳ

Share this: