Karnataka Biryani: ବିରିୟାନି ପାଇଁ ଦୋକାନରେ ୧.୫ କିଲୋମିଟର ଲମ୍ବା ଧାଡି, ସକାଳ ୪ ଟାରୁ ଲାଇନ

Share this:

କର୍ଣ୍ଣାଟକ: କରୋନା (Corona) କାଳରେ ସଟଡାଉନ ଏବଂ ଲକଡାଉନ୍ ହୋଇଥିଲା। ପରେ, ନିୟମକୁ କୋହଳ କରି ଯେତେବେଳେ କେତେକ ରାଜ୍ୟକୁ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଗଲା, ସେତେବେଳେ  ସେଠାରେ ଥିବା ଲମ୍ବା ଧାଡିଗୁଡ଼ିକୁ ଆପଣ ନିଶ୍ଚୟ ଦେଖିଥିବେ। କେତେ ଲମ୍ବା ଧାଡ଼ି ଥିଲା। କିନ୍ତୁ, କର୍ଣ୍ଣାଟକର ହୋସକୋଟ (Hoskote)ସହରରେ ଏକ ବିରିୟାନି ଦୋକାନ ବାହାରେ ସକାଳ ଚାରିଟାରୁ ଗ୍ରହମାନଙ୍କର ଏକ ଲମ୍ବା ଲାଇନ ଦେଖିବାକୁ ମିଳୁଛି।

ଖବର ଅନୁସାରେ କର୍ଣ୍ଣାଟକର, ହୋସକୋଟ ସହରରେ ଏକ ବିରିୟାନି ଦୋକାନରୁ ବିରିୟାନି କିଣିବାକୁ ଦୋକାନ ବାହାରେ ସକାଳ ଚାରିଟାରୁ ଗ୍ରହମାନଙ୍କର ଏକ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଏହି ଲାଇନ ପ୍ରାୟ ଶହେକି ଦୁଇ ମିଟର ନୁହେଁ ପୁରା ଦେଢ କିଲୋମିଟର ଅଟେ।

Also Read |Fast Foods: ଅନୁସନ୍ଧାନରୁ ଜଣାପଡିଛି ଫାଷ୍ଟଫୁଡର ସୁଗନ୍ଧ ଅଧିକ ଆକର୍ଷିତ କରିଥାଏ

ନ୍ୟୁଜ୍ ଏଜେନ୍ସି ANI ଖବର ଅନୁସାରେ ଜଣେ ଗ୍ରାହକ କହିଛନ୍ତି, “ମୁଁ ସକାଳ ୪ ଟାରେ ଆସିଥିଲି, କିନ୍ତୁ ସକାଳ ୬.୩୦ରେ ମୋର ଅର୍ଡର ପାଇଲି, କାରଣ ବିରିୟାନି ପାଇଁ ପ୍ରାୟ ୧.୫ କିଲୋମିଟର ଲମ୍ବା ଧାଡି ଅଛି। ଖାଦ୍ୟ ବହୁତ ସ୍ୱାଦିଷ୍ଟ। ଏହା ଅପେକ୍ଷା କରିବା ଉଚିତ୍”।

ବିରିୟାନି ଦୋକାନର ମାଲିକ କହିଛନ୍ତି, “ଆମେ ପ୍ରାୟ ୨୨ ବର୍ଷ ପୂର୍ବେ ଏହି ଷ୍ଟଲ୍ ଖୋଲିଥିଲୁ। ପାତ୍ରଗୁଡ଼ିକୁ ବନ୍ଦ କରିବା ପାଇଁ ଆମେ କୌଣସି ପ୍ରକାରର କେମିକାଲ ବ୍ୟବହାର କରୁନାହୁଁ।  ଆମେ ଦିନକୁ ଏକ ହଜାର କିଲୋଗ୍ରାମରୁ ଅଧିକ ବିରିୟାନି ପରିବେଷଣ କରୁଛୁ”।

Also Read | Baba Ka Dhaba ସୋସିଆଲ ମିଡିଆରେ Viral ଖାଦ୍ୟର ସ୍ୱାଦ ନେବାକୁ ଲମ୍ବା ଲାଇନ, Zomato ରେ ମିଳବ ଖାଦ୍ୟ

Share this:

Leave a Reply

Your email address will not be published. Required fields are marked *