Covid19 New Strain: ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ୭ ଦିନ ପାଇଁ ହୋମ୍‍ କ୍ୱାରେଣ୍ଟାଇନ୍‍

Share this:

ଭୁବନେଶ୍ଵର: କୋଭିଡ୍‍ ନାଇଣ୍ଟିନ୍‍ ଭୂତାଣୁର ନୂଆ ଷ୍ଟେନ୍‍କୁ (Covid19 New Strain) ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ନୂଆ ଗାଇଡ୍‍ ଲାଇନ୍‍ ଜାରି କରାଯାଇଛି। କୋଭିଡ୍‍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ସହ ସମୟ ଅନୁଯାୟୀ କରୋନା ଟିକା ନେବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ୭ ଦିନ ପାଇଁ ହୋମ୍‍ କ୍ୱାରେଣ୍ଟାଇନ୍‍ (Home Quarantine) ରହିବା ସହ ସନ୍ଦିଗ୍ଧ ଲକ୍ଷଣ ଦେଖାଦେଲେ ତୁରନ୍ତ ହସ୍ପିଟାଲ୍‍କୁ ଯାଇ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଏହି ଗାଇଡ୍‍ଲାଇନ୍‍ର ନୂଆ ଷ୍ଟ୍ରେନ୍‍ ସମ୍ପର୍କୀତ ସୂଚନା ପ୍ରଦାନ କରାଯାଇଛି। ଅନ୍ୟ ପକ୍ଷରେ ଗତକାଲି ସୁଦ୍ଧା ୧୩ଲକ୍ଷ ୮୫ହଜାର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଇ ସାରିଛି। ଟିକାକରଣ କାର୍ଯ୍ୟ ଜାରି ରହିଛି।

[amazon_auto_links id=”9932″]

Also Read | Covid19 India: ଦେଶରେ କରୋନା ବୃଦ୍ଧି ବଢେଇଛି ସରକାରଙ୍କ ଚିନ୍ତା, ପ୍ରଧାନମନ୍ତ୍ରୀ ମୋଦୀ ଡାକିଲେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

Share this: